ବୋଲେରୋ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ

ହୋଲିରେ ଅଘଟଣ । ନୂଆ ମାରାଇନ୍ ଡ୍ରାଇଭ୍ ରାସ୍ତା ଓଁକାରେଶ୍ୱର ମନ୍ଦିର ଛକ ନିକଟରେ ବାଇକ୍ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବାବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି ।

ପୁରୀ : ହୋଲିରେ ଅଘଟଣ । ନୂଆ ମାରାଇନ୍ ଡ୍ରାଇଭ୍ ରାସ୍ତା ଓଁକାରେଶ୍ୱର ମନ୍ଦିର ଛକ ନିକଟରେ ବାଇକ୍ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବାବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକ ହେଉଛନ୍ତି ପୁରୀ ସଦର ଅନ୍ତର୍ଗତ ଖଣ୍ଡିଆବନ୍ଧର ୨୩ ବର୍ଷୀୟ ପିଙ୍କୁ ପ୍ରଧାନ। ଗୁରୁତର ଆହତ ୨୪ ବର୍ଷୀୟ ଦେବେନ୍ଦ୍ର ପ୍ରଧାନ ।

୩ ଜଣ ସାଙ୍ଗ ବାଇକ୍ ଯୋଗେ ଓଁକାରେଶ୍ୱର ମନ୍ଦିର ଛକ ନିକଟରେ ଛିଡା ହୋଇଥିବାବେଳେ ମଙ୍ଗଳାଘାଟ ଅଭିମୁଖେ ଯାଉଥିବା ଏକ ବୋଲେରୋ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ପିଙ୍କୁର ମୃତ୍ୟ ଘଟିଥିଲା। ଦେନେଦ୍ରଙ୍କୁ ଚିକିତ୍ସା ପାଇଁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଟ୍ରାଫିକ ଥାନା ପୋଲିସ ଦୁର୍ଘଟଣା ଘଟାଇଥିବା ବୋଲେରୋ ଜବତ କରି ଘଟଣାର ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.