ଯାଜପୁର ଦଳେଇସାହିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ଦୁଇ ବାଇକ ମୁହାଁ ମୁହିଁ ଧକ୍କା, ଜଣେ ମୃତ ଓ ଜଣେ ଗୁରୁତର

ଯାଜପୁର ଟାଉନ(କେନ୍ୟୁଜ): ଯାଜପୁର ମଙ୍ଗଳପୁର ଥାନା ବଉଳଙ୍ଗ ଛକ ନିକଟସ୍ଥ ଦଳେଇ ସାହିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁଇ ବାଇକ ମୁହାଁ ମୁହିଁ ଧକ୍କା ଜଣେ ମୃତ, ଜଣେ ଗୁରୁତର। ଗୁରୁତରଙ୍କୁ ସଙ୍କଟାପନ୍ନ ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।

ମୃତକ ଜଣଙ୍କ ହେଉଛନ୍ତି ଛଞ୍ଚିଣା ଗ୍ରାମର ସନ୍ତୋଷ କୁମାର ଜେନା । ଆହତ ଜଣକ ହେଲେ ଆଖୁଆସାହିର ରାଜେନ୍ଦ୍ର ଦାସ। ଆଜି ବାଇକରେ ଦୁଇଜଣ ଯାଉଥିବା ସମୟରେ ମୁହାଁ ମୁହିଁ ଧକ୍କା ହୋଇଥିଲା । ସ୍ଥାନୀୟ ଲୋକେ ସେମାନଙ୍କୁ ପ୍ରଥମେ ଯାଜପୁର ମୁଖ୍ୟ ଚିକିତ୍ସାଳୟ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ସନ୍ତୋଷକୁ ମୃତ ଘୋଷଣା କରିଥିଲେ। ଗୁରୁତର ରାଜେନ୍ଦ୍ରର ଅବସ୍ଥା ଜଟିଳ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.