ବଣ୍ଡା ଘାଟିରେ ଭାରସାମ୍ୟ ହରାଇ ଓଲଟିଲା କମାଣ୍ଡର, ଜଣେ ମୃତ
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବଣ୍ଡା ଘାଟିରେ ଭାରସାମ୍ୟ ହରାଇ ଓଲଟିଲା କମାଣ୍ଡର ଜଣେ ବଣ୍ଡା ମହିଳା ମୃତ୍ୟୁ ହୋଇଥିବା ବେଳେ ପାଞ୍ଚ ଜଣ ଆହତ ।

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବଣ୍ଡା ଘାଟିରେ ଭାରସାମ୍ୟ ହରାଇ ଓଲଟିଲା କମାଣ୍ଡର ଜଣେ ବଣ୍ଡା ମହିଳା ମୃତ୍ୟୁ ହୋଇଥିବା ବେଳେ ପାଞ୍ଚ ଜଣ ଆହତ । ଆହତମାନଙ୍କୁ ମୁଦୁଲିପଡ଼ା ଉପ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଆଜି ସନ୍ଧ୍ୟାରେ ଅନାକାଡେଲି ସାପ୍ତାହିକ ହାଟରୁ ଫେରୁଥିବା ସମୟରେ ଅଣ୍ଡ୍ରାହାଲ ପାଖରେ କମାଣ୍ଡର ଟି ଭାରସାମ୍ୟ ହରାଇ ଘାଟି ତଳକୁ ପଡି ଯାଇଥିଲା । ଫଳରେ କମାଣ୍ଡର ବସିଥିବା ଯାତ୍ରୀମାନେ ଆହତ ହୋଇଥିବା ବେଳେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଆହତମାନଙ୍କୁ ମୁଦୁଲିପଡ଼ା ଉପ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଖବର ପାଇ ଘଟଣା ସ୍ଥଳରେ ମୁଦୁଲିପଡ଼ା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।