ସୁନ୍ଦରଗଡ଼ ୧୪୩ ନଂ ଜାତୀୟ ରାଜପଥର ରାମପାଲ ଛକ ନିକଟରେ ଡ଼ମ୍ଫର- ବାଇକ ଧକ୍କା, ଜଣେ ମୃତ

ସୁନ୍ଦରଗଡ଼: ଡ଼ମ୍ଫର- ବାଇକ ଧକ୍କା, ଜଣଙ୍କର ମୃତ୍ୟୁ । ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଅନ୍ତର୍ଗତ ୧୪୩ ନଂ ଜାତୀୟ ରାଜପଥର ରାମପାଲ ଛକ ନିକଟରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା। ଏହି ଦୁର୍ଘଟଣାରେ ଅନ୍ଯ ଜଣେ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି।

ସୂଚନା ମୁତାବକ, ଏକ ପଥର ବୋଝେଇ ଡ଼ମ୍ଫର ବୀରମିତ୍ରପୁରରୁ ରାଉରକେଲା ଆଡ଼କୁ ଯାଉଥିଲା। ଏହି ସମୟରେ ଏକ ବାଇକରେ ଦୁଇ ସାଙ୍ଗ ଯାଉଥିବାବେଳେ  ରାମପାଲ ଛକ ନିକଟରେ ଡମ୍ଫର ସହିତ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ବାଇକ୍‌ ଚାଳକ ରୋହିତ ରାଏ(୧୮)ଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଯୁବକ ମିଥିଲେସ ରାଏ (୨୧) ସାମାନ୍ୟ ଆହତ ହୋଇଛନ୍ତି।

ଖବର ପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମିଥିଲେସଙ୍କୁ  ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଇବାବେଳେ, ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଉଭୟଙ୍କ ଘର ବୀରମିତ୍ରପୁର ଥାନା ଅନ୍ତର୍ଗତ ସଣ୍ଡେ ମାର୍କେଟ ବୋଲି ଜଣାପଡିଛି ।

Leave A Reply

Your email address will not be published.