ଦୀପାବଳିରେ ପୁରୀରେ ଫୁଟିଲା ଗୁଳି! ଜଣେ ମୃତ, ଅନ୍ଯ ଜଣେ ଯୁବକ ଆହତ

ପୁରୀ(କେନ୍ୟୁଜ୍): ଦୀପାବଳିରେ ପୁରୀରେ ଫୁଟିଲା ଗୁଳି । ଗୁଳିକାଣ୍ଡରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଶଙ୍କର ବେହେରା । ଆଜି ତାଙ୍କର ମୃତଦେହ ବ୍ୟବଛେଦ କରାଯିବ । ଆଉ ଜଣେ ଯୁବକ ଆହତ ହୋଇଛନ୍ତି । ଚନ୍ଦନପୁର ଥାନା ଥେଣ୍ଟପୁର ଗାଁରେ ଗତକାଲି ଗୁଳିକାଣ୍ଡ ହୋଇଥିଲା । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହୋଇଥିଲା ଗୁଳିମାଡ଼ । ଦୁର୍ଦ୍ଧାନ୍ତ ଅପରାଧୀ ପପୁ ବରାଳର ଘନିଷ୍ଠ ସହଯୋଗୀ ନିଲୁ ବରାଳର ଡାହାଣ ଗୋଡ଼ରେ ବାଜିଛି ଗୁଳି । ପୋଲିସ ଘଟଣାସ୍ଥଳରୁ ଚପଲ ଓ ମଦ ବୋତଲ ଆଦି ଜବତ କରିଛି। ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରୁଛି ପୋଲିସ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.