ବାଲିଯାତ୍ରା ଦେଖି ଫେରୁଥିବାବେଳେ ଦୁର୍ଘଟଣାରେ ଚାଲିଗଲା ଜୀବନ

 ବାଲିଯାତ୍ରା ଦେଖି ଫେରୁଥିଲେ ସଡ଼କ ଦୁର୍ଘଟଣାରେ ଚାଲିଗଲା ଜୀବନ । କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ମଙ୍ଗୁଳି ଛକ ନିକଟରେ ରାତି ପ୍ରାୟ ୧୨ଟା ବେଳେ ଏହି ଦୁର୍ଘଟଣା ଘଟିଛି ।

ଚୌଦ୍ୱାର(କେନ୍ୟୁଜ): ବାଲିଯାତ୍ରା ଦେଖି ଫେରୁଥିଲେ ସଡ଼କ ଦୁର୍ଘଟଣାରେ ଚାଲିଗଲା ଜୀବନ । କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ମଙ୍ଗୁଳି ଛକ ନିକଟରେ ରାତି ପ୍ରାୟ ୧୨ଟା ବେଳେ ଏହି ଦୁର୍ଘଟଣା ଘଟିଛି । ଏଠାକାର ପେଟ୍ରୋଲ ପମ୍ପ ନିକଟରେ ରାସ୍ତା କାମ ପାଇଁ ପିଚୁ ଖୋଳା ଯାଇଥିଲା । ଖାଲରେ ବାଇକ୍ ପଡ଼ିଯିବାରୁ ଭାରସାମ୍ୟ ହରାଇ ଦୁଇ ବାଇକ ଆରୋହୀ ରାସ୍ତା ଉପରେ ପଡ଼ି ଯାଇଥିଲେ ।

ସେତିକି ବେଳେ ପଛପଟୁ କଟକରୁ ଯାଜପୁର ଆସୁଥିବା ଏକ ବସ୍ ଜଣକ ଉପରେ ମାଡ଼ି ଯାଇଥିଲା । ଘଟଣା ସ୍ଥଳରେ ପାତନୁ ମଲ୍ଲିକ ନାମକ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଇଛି । କାଳିଆ ମଲ୍ଲକି ଗୁରୁତର ଆହତ ହୋଇଛନ୍ତି । ଏମାନଙ୍କ ଘର ସାଲେପୁର ଥାନା ଅନ୍ତର୍ଗତ ସାହାପୁର ପଞ୍ଚାୟତର ବାଲିପଡ଼ିଆ ଗାଁରେ । ଦୁର୍ଘଟଣା ପରେ ରାସ୍ତାରେ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା । ପୋଲିସ୍ ବିଳମ୍ବରେ ଆସି ପ୍ରାୟ ୩ ଘଣ୍ଟା ପରେ ଯାତାୟାତ ସ୍ବାଭାବିକ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.