ରାଜ୍ୟର ଏକ ଲକ୍ଷ ୩୦ ହଜାର ପ୍ରାଥମିକ ଶିକ୍ଷକଙ୍କ ସମୂହ ଛୁଟି, ୫୦ ହଜାର ସ୍କୁଲରେ ତାଲା

ପ୍ରାଥମିକ ଶିକ୍ଷକଙ୍କୁ କେନ୍ଦ୍ରୀୟ ହାରରେ ଦରମା, କଳା ଓ କ୍ରୀଡ଼ା ଶିକ୍ଷକଙ୍କ ପାଇଁ କ୍ୟାରିଅର ଆଡଭାନ୍ ସମେଣ୍ଟ ପଲିସି ଲାଗୁ ଜୁନିଅର ଶିକ୍ଷକଙ୍କୁ ନିୟମିତ ମାନ୍ୟତା, ଗଣଶିକ୍ଷକଙ୍କ ପାଇଁ ଏକ୍ସ କ୍ୟାଡର ହଟାଇବା ଦାବିରେ ସେମାନେ ଆନ୍ଦୋଳନ ଚଳାଇଛନ୍ତି ।

କେନ୍ୟୁଜ୍(ବ୍ୟୁରୋ):  ସମୂହ ଛୁଟିରେ ଗଲେ ପ୍ରାଥମିକ ଶିକ୍ଷକ । ୫ ଦିନ ଧରି ଆନ୍ଦୋଳନ ପରେ ମଧ୍ୟ ଦାବି ପୂରଣ ହେବାରୁ ସେମାନେ ଛୁଟରେ ଯାଇଛନ୍ତି । ରାଜ୍ୟର ପ୍ରାୟ ଏକ ଲକ୍ଷ ୩୦ ହଜାର ପ୍ରାଥମିକ ଶିକ୍ଷକଙ୍କ ସମୂହ ଛୁଟି ଯୋଗୁ ୫୦ ହଜାର ସ୍କୁଲରେ ତାଲା । ବାଧାପ୍ରାପ୍ତ ହୋଇଛି ଛାତ୍ରଛାତ୍ରୀଙ୍କ ପାଠପଢ଼ା । ଜିଲ୍ଲା ଓ ବ୍ଲକ ଶିକ୍ଷା ଅଧିକାରୀଙ୍କ ଅଫିସ ଆଗରେ ଶିକ୍ଷକଶିକ୍ଷୟିତ୍ରୀମାନେ ଧାରଣାରେ ବସିଛନ୍ତି।

ପ୍ରାଥମିକ ଶିକ୍ଷକଙ୍କୁ କେନ୍ଦ୍ରୀୟ ହାରରେ ଦରମା, କଳା ଓ କ୍ରୀଡ଼ା ଶିକ୍ଷକଙ୍କ ପାଇଁ କ୍ୟାରିଅର ଆଡଭାନ୍ ସମେଣ୍ଟ ପଲିସି ଲାଗୁ ଜୁନିଅର ଶିକ୍ଷକଙ୍କୁ ନିୟମିତ ମାନ୍ୟତା, ଗଣଶିକ୍ଷକଙ୍କ ପାଇଁ ଏକ୍ସ କ୍ୟାଡର ହଟାଇବା ଦାବିରେ ସେମାନେ ଆନ୍ଦୋଳନ ଚଳାଇଛନ୍ତି । ବାଲେଶ୍ଵର ଜିଲ୍ଲାର ବିଭିନ୍ନ ପ୍ରାଥମିକ ସ୍କୁଲ୍ ରେ ଶିକ୍ଷକମାନେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ଡାକରାରେ ଆନ୍ଦୋଳନ ଚଳାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.