Below header

‘ତୁ ମୋର ନୁହେଁ ତ ଆଉ କାହାର ହେବୁନୁ’, ବିବାହ ଅଲଗା ଜାଗାରେ ଠିକ୍‌ ହେବାରୁ ପ୍ରେମିକର ଗଳା କାଟି ହତ୍ୟା କଲା ପ୍ରେମିକା

ବିବାହ କରିବା ପାଇଁ କଥାଦେଇ ଠକି ଦେବାକୁ ଚେଷ୍ଟା କରୁଥିଲା ପ୍ରେମିକ । ପ୍ରେମିକର ଅନ୍ୟ ସ୍ଥାନରେ ବାହାଘର ଠିକ ହେବା ଜାଣିବା ପରେ ତଣ୍ଟି କାଟି ପ୍ରେମିକକୁ ହତ୍ୟା କଲା ପ୍ରେମିକା । ଏମିତି ଘଟଣା ଉତ୍ତରାଖଣ୍ଡର ମସୁରୀରେ ଘଟିଛି ।

ପ୍ରେମିକକୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର ରଚିଥିଲା ପ୍ରେମିକା । ପ୍ରେମିକର ଅନ୍ୟ ଆଡେ ବିବାହ ଠିକ୍‌ ହେବାରୁ ପ୍ରେମିକା ରଚିଥିଲା ହତ୍ୟାକାଣ୍ଡ । ପ୍ରେମିକକୁ ଗଳା କାଟି ହତ୍ୟା କରିବା ପରେ ଘର ଛାଡି ଚାଲିଯାଇଥିଲା ପ୍ରେମିକା । ଉତ୍ତରାଖଣ୍ଡ ମସୁରୀରେ ଘଟିଛି ଏଭଳି ଘଟଣା ।

ପୋଲିସ ଖବର ଅନୁଯାୟୀ, ଉତ୍ତରାଖଣ୍ଡର ମସୁରୀ ଭଟ୍ଟା ଗାଁରେ ଥିବା ଏକ ହୋମ ଷ୍ଟେ ରୁମରେ ରକ୍ତ ଜୁଡୁବୁଡୁ ହୋଇଥିବା ଯୁବକଙ୍କ ମୃତଦେହ ପଡିଥିଲା । ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିବା ପରେ ମୃତ ଯୁବକଙ୍କ ନାମକ କପିଳା ଚୌଧୁରୀ ବୋଲି ଜାଣିବାକୁ ପାଇଥିଲା । ଅଧିକ ତଦନ୍ତରୁ ଜାଣିବାକୁ ପୋଲିସ ପାଇଲା କି, ଯୁବକଙ୍କ ମୃତ୍ୟୁ ପ୍ରେମଜନିତ ଘଟଣାକୁ ନେଇ ହୋଇଛି । ଆଉ ଏହି ହତ୍ୟାକାଣ୍ଡ ପଛରେ ପ୍ରେମିକାର ହାତ ରହିଛି । ପୋଲିସ ଯୁବକଙ୍କ ପ୍ରେମିକାକୁ ଗିରଫ କରି ପଚରାଉଚରା କରିବା ପରେ ସବୁ ସତ ଜଣାପଡିଥିଲା ।

ମୃତ ଯୁବକଙ୍କର କୁଦରତ ନାମକ ଜଣେ ଯୁବତୀଙ୍କ ସହିତ ପ୍ରେମ ସଂପର୍କ ରହିଥିଲା । ୨୦୨୧ରେ ଏକ ମୋବାଇଲ ଦୋକାନରେ ପ୍ରଥମ ଥର ସେ କପିଲଙ୍କୁ ଭେଟିଥିଲେ । ଉଭୟ ମୋବାଇଲ ରିଚାର୍ଜ କରିବା ପାଇଁ ଆସିଥିଲେ । ପ୍ରଥମ ଦେଖାରେ ହିଁ ଉଭୟଙ୍କ ଭିତରେ ବନ୍ଧୁତା ଆଉ କିଛିଦିନ ପରେ ଏହା ପ୍ରେମରେ ପରିଣତ ହୋଇଯାଇଥିଲା । ପ୍ରେମ ସଂପର୍କ ଏତେ ବଢିଯାଇଥିଲା ଯେ, କୁଦରତ ନିଜ ବାମ ହାତର ପାପୁଲି ଉପରେ କପିଲଙ୍କ ନାଁର ଟାଟୁ କରିଥିଲେ । ଏମାନଙ୍କ ସଂପର୍କ ବିଷୟରେ ମୃତ କପିଳଙ୍କ ଘର ଲୋକେ ଜାଣିବା ପରେ ବହୁତ ବାରଣ କରିଥିଲେ । ତେଣୁ ଦୁହେଁ ପରସ୍ପରକୁ ବିବାହ କରିବେ ବୋଲି କଥା ଦେଇ ଅଲଗା ଜାଗାରେ ଘର ଭଡା ନେଇ ରହୁଥିଲେ । ଘଣ୍ଟା ଘଣ୍ଟା ଧରି ଦୁହେଁ ଫୋନରେ ଗପୁଥିଲେ । ଆଉ କିଛିଦିନ ହେବ ପ୍ରେମିକା ଜଣକ ଯୁବକଙ୍କ ବ୍ୟବହାରକୁ ନେଇ ଚିଞ୍ଚିତ ଥିଲେ । ଯୁବକଙ୍କ ବିବାହ ଅନ୍ୟ ଆଡେ ଠିକ୍‌ ହେବା ପରେ ଯୁବତୀଙ୍କ ଠାରୁ ଦୂରେଇ ରହୁଥିଲେ ବୋଲି କୁଦରତ ଜାଣିବାକୁ ପାଇଥିଲେ ।

ବିବାହ କରିବା ପାଇଁ ପ୍ରତିଶ୍ରୁତି ଦେଇଥିବା ଯୁବକ ଧୀରେ ଧୀରେ ଦୂରେଇ ଯିବା ପ୍ରେମିକା କୁଦରତଙ୍କୁ ପସନ୍ଦ ନଥିଲା । ଏହାକୁ ନେଇ ଦୁଇଜଣଙ୍କ ମଧ୍ୟ ପାଟିତୁଣ୍ଡ ମଧ୍ୟ ହୋଇଥିଲା । ଆଉ ପାଟିତୁଣ୍ଡ ଏତେ ମାତ୍ରାରେ ବଢିଯାଇଥିଲା ଯେ, କୁଦରତ ସ୍ୱାମୀ ଭାବି ନେଇଥିବା ପ୍ରେମିକକୁ ହତ୍ୟା କରିବାକୁ ପଛାଇ ନଥିଲେ । ତେଣୁ କୁଦରତ ନିଜ ଭାଇ ସହିତ ମିଶି ପ୍ରେମିକ କପିଲଙ୍କ ତଣ୍ଟି କାଟି ହତ୍ୟା କରିଥିଲେ । ତେବେ ପୋଲିସ ଏହି ମାମଲାକୁ ନେଇ ତଦନ୍ତ ଆରମ୍ଭ କରିଛି । ପ୍ରେମିକା କୁଦରତଙ୍କୁ ପୋଲିସ ଗିରଫ କରି ମାମଲା ଯାଞ୍ଚ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.