ଛତିଶଗଡ ଦାନ୍ତେୱାଡ଼ା ପୋଲିସର ଏନ୍‌କାଉଣ୍ଟର, ଜଣେ ହାର୍ଡକୋର ମାଓବାଦୀ ମୃତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଦାନ୍ତେୱାଡ଼ା ପୋଲିସର ଏନ୍‌କାଉଣ୍ଟରରେ ଜଣେ ହାର୍ଡକୋର ମାଓବାଦୀ ମୃତ। ଆଜି ମୁସ୍ତାଲନାର ଜଙ୍ଗଲରେ ମାଓବାଦୀଙ୍କ ବଡ ଧରଣର ମାଓ କ୍ୟାଂପ୍‌ ଥିବା ଜାଣିବା ପରେ ପୋଲିସ ଚଢାଉ କରିଥିଲା। ପୋଲିସ ଖବର ପାଇ ମାଓବାଦୀ ପ୍ରଥମେ ଫାଇରିଂ କରିଥିଲା।

ଉଭୟ ପକ୍ଷରୁ ଦୀର୍ଘ ସମୟ ଧରି ଗୁଳିବିନିମୟ ହୋଇଥିଲା। ପୋଲିସ ଗୁଳି ସାମ୍ନା କରିନପାରି ମାଓବାଦୀ ଛତ୍ରଭଙ୍ଗ ଦେଇଥିଲେ। ପୋଲିସର ସର୍ଚ୍ଚ ଅପରେସନ୍‌ ବେଳେ ପୋଲିସର ଏନ୍‌କାଉଣ୍ଟରରେ ଜଣେ ମାଓବାଦୀର ମୃତଦେହ ଉଦ୍ଧାର କରିଛି ପୋଲିସ। ମୃତ ମାଓବାଦୀ ଜଣକ ହେଲେ ରାମଚନ୍ଦ୍ର କାର୍ତ୍ତି। ଘଟଣାସ୍ଥଳରୁ ବିପୁଳ ପରିମାଣର ମାଓ ବିସ୍ଫୋରକ ସାମଗ୍ରୀ ଜବତ କରିଛି ପୋଲିସ। ଏନେଇ ସୂଚନା ଦେଇଛନ୍ତି ଦାନ୍ତେୱାଡ଼ା ଏସ୍‌ପି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.