ଶିକାରୀର ବିଦ୍ୟୁତ୍ ଫାଶ ହେଲା କାଳ: ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ରେଞ୍ଜ ଜଗନ୍ନାଥପୁର ଆମ୍ବ ବଗିଚା ଗଲା ଦନ୍ତାର ଜୀବନ

ଅନୁଗୋଳ(କେନ୍ୟୁଜ୍): ଅନୁଗୋଳ ଜିଲ୍ଲା ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ରେଞ୍ଜରର ଜଗନ୍ନାଥପୁର ଆମ୍ବ ବଗିଚାରେ ଅଭାବନୀୟ ଘଟଣା।  ବାରହା ଶିକାର ପାଇଁ ବିଛାଇଥିବା ଜାଲରେ ପଶି ଗଲା ଦନ୍ତାର ଜୀବନ। ଖାଦ୍ୟ ଅନ୍ୱେଷଣରେ ଆସିଥିବା ସମୟରେ ଦନ୍ତାଟି ଉକ୍ତ ଫାସରେ ଫସି ଯାଇଥିଲା। ତେବେ ବହୁ ସଂଘର୍ଷ ସତ୍ତ୍ୱେ ଫାଶରୁ ବାହାରି ନ ପାରି ଶେଷରେ ଆଖି ବୁଜିଥିଲା । ମୃତ ଦନ୍ତାଟିକୁ ବେଶି ବୟସ ହୋଇନଥିବା କୁହାଯାଉଛି। ଜଗନ୍ନାଥପୁର ଆମ୍ବବଗିଚାରେ କେହି ଜଣେ ଶିକାରୀ ବାରହା ଶିକାର କରିବା ପାଇଁ ବିଦ୍ୟୁତ୍ ଫାଶ ବସାଇଥିଲା। ଯାହାଫଳରେ ଗତକାଲି ରାତିରେ ଦନ୍ତାଟି ଆସିଥିବାବେଳେ ସେହି ବିଦ୍ୟୁତ ଚାର୍ଜିତ ଫାଶରେ ଫଶିଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.