ଚିଲିକାରୁ ଜବତ ହେଲା ୪ ମୃତ ବିଦେଶୀ ପକ୍ଷୀ , ଜଣେ ଶିକାରୀ ଗିରଫ

ଟାଙ୍ଗୀ(କେନ୍ୟୁଜ୍‌) : ମରାଳ ମାଳିନୀ ଚିଲିକାକୁ ଶୀତ ଋତୁ ଆରମ୍ଭ ରୁ ଶହ ଶହ ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଥାଏ । ଏବେ ବିଦେଶୀ ପକ୍ଷୀଙ୍କ ଆଗମନ ଜାରି ରହିଥିବା ବେଳେ ଶିକାରିମାନେ ବି ସକ୍ରିୟ ହୋଇ ପଡ଼ିଛନ୍ତି ।ଆଜି ପୁରୀ ଜିଲ୍ଲାର ଗଡ଼ିଶାଗଦା ଥାନା ଅଞ୍ଚଳର କବିରାଜ ରାଉତ ପକ୍ଷୀ ଶିକାର କରି ନେଉଥିବା ବେଳେ ଚିଲିକା ବନ୍ୟପ୍ରାଣୀ ବିଭାଗର ଫରେଷ୍ଟର ବିଶ୍ଵନାଥ ଟୁଡୁ ଓ ଫରେଷ୍ଟ ଗାର୍ଡ ଭାନୁମତୀ ବେହେରା ହାତରେ ଧରା ପଡ଼ିଥିଲେ ।

ଆଉ ତା ଠାରୁ ୨ଟି ଲାର୍ଜ୍ଜ ହୁସ୍କିଲ ଡକ୍ ଓ ୨ ପରପଲ ମୋରେନ ମୋଟ ୪ ଗୋଟି ମୃତ ବିଦେଶୀ ପକ୍ଷୀ ଜବତ କରାଯାଇଛି । ଶିକାରୀକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଅନ୍ୟପଟେ ନିରୀହ ପକ୍ଷୀମାନଙ୍କୁ ଶିକାର କରି ବିଭିନ୍ନ ହୋଟେଲ ଓ ସ୍ଥାନୀୟ ଅଞ୍ଚଳରେ ଖୁଲମ ଖୁଲା ବିକ୍ରି କରୁଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଜନସାଧାରଣ । ଚିଲିକା ବନାଞ୍ଚଳ ପକ୍ଷରୁ ହୋଇଥିବା ସୁରକ୍ଷା ବ୍ୟବସ୍ଥା ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.