ଆକାଶଛୁଆଁ ପିଆଜ ଦର, କିଲୋ ପିଛା ୩୦ରୁ ୩୫ଟଙ୍କା

ଭୁବନେଶ୍ବର(କେନ୍ୟୁଜ୍): ଆକାଶଛୁଆଁ ପିଆଜ ଦର । ୫ ଦିନ ତଳେ ପିଆଜ କିଲୋ ପିଛା ୧୪ରୁ ୧୫ ଟଙ୍କା ବିକ୍ରି ହେଉଥିଲା । ବର୍ତ୍ତମାନ ତାହା ୩୦ରୁ ୩୫ ଟଙ୍କାରେ ପହଞ୍ଚିଲାଣି । ବର୍ତ୍ତମାନ ମହାରାଷ୍ଟ୍ରରେ ବନ୍ୟା ସ୍ଥିତି ପାଇଁ ବଜାରରେ ପିଆଜର ଅଭାବ ପରିଲକ୍ଷିତ ହେଉଛି । ଏଥିପାଇଁ ପିଆଜ ଦର ଆକାଶ ଛୁଆଁ ହୋଇଛି ବୋଲି କହିଛନ୍ତି ଓଡିଶା ବ୍ୟବସାୟ ମହାସଙ୍ଘ ସାଧାରଣ ସମ୍ପାଦକ ସୁଧାକର ପଣ୍ଡା । ୧୦ ଦିନ ମଧ୍ୟରେ ସ୍ଥିତିରେ ସୁଧାର ଆସିବ ଓ ପିଆଜ ଦର ମଧ୍ୟ ହ୍ରାସ ପାଇବ ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି ।

ପ୍ରତିବାଦରେ ଭୁବନେଶ୍ୱର ପିଏମଜି ଛକରେ ସମାଜବାଦୀ ପାର୍ଟି ପକ୍ଷରୁ ବିକ୍ଷୋଭ:

onion rateହୁ ହୁ ହୋଇ ବଢିଚାଲିଛି ଆଳୁ ଓ ପିଆଜ ଦର । ପ୍ରତିବାଦରେ ଭୁବନେଶ୍ୱର ପିଏମଜି ଛକରେ ସମାଜବାଦୀ ପାର୍ଟି ବିକ୍ଷୋଭ କରାଯାଇଛି । ସରକାରୀ ବ୍ୟବସ୍ଥା, ଉଦାସିନତା ଏବଂ ସଂରକ୍ଷଣର ଉପଯୁକ୍ତ ଭିତ୍ତିଭୂମିର ଅଭାବ ଯୋଗୁଁ ଖାଉଟି ଶୋଷିତ ହେଉଥିବା ଦଳ ଅଭିଯୋଗ କରିଛି । ପରିବା ମଣ୍ଡି ଉପରେ ଚଢାଉ କରି ବେଆଇନ୍‌ ମହଜୁଦ କରି କୃତ୍ରିମ ଅଭାବ ସୃଷ୍ଟି କରୁଥିବା ବେପାରୀଙ୍କ ବିରୋଧରେ ସରକାର ଦୃଢ କାର୍ଯ୍ୟାନୁଷ୍ଠାନ କରିବାକୁ ଦଳ ଦାବି କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.