ଆଜିଠୁ ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ମେଡିକାଲ କଲେଜରେ ନାମଲେଖା ପାଇଁ ଅନ୍ଲାଇନ୍ ପଞ୍ଜୀକରଣ

ଆଜିଠାରୁ ଆରମ୍ଭ ହେଉଛି ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ମେଡିକାଲ କଲେଜରେ ନାମଲେଖାଇବା ପାଇଁ ଅନ୍ଲାଇନ୍ ପ଼ଞ୍ଜୀକରଣ। OJEEରେ ପଞ୍ଜୀକରଣ ପରେ ରାଜ୍ୟ ମେରିଟ୍ ଲିଷ୍ଟ ଅନୁସାରେ ଛାତ୍ରଛାତ୍ରୀ ନାମ ଲେଖାଇ ପାରିବେ। ନିଟ୍ରେ ରାଙ୍କ ପାଇଥିବା ଛାତ୍ରଛାତ୍ରୀ କେବଳ ୧୨ରୁ ୧୮ ଭିତରେ ପଞ୍ଜୀକରଣ କରିପାରିବେ। ଫି ଦାଖଲ ଓ ଡକ୍ୟୁମେଣ୍ଟ ଭେରିଫିକେସନ୍ ମଧ୍ୟ ଅନ୍ଲାଇନ୍ରେ ହେବ।
୨୪ତାରିଖରେ ପ୍ରକାଶ ପାଇବ ପ୍ରୋଭିଜିନାଲ୍ ମେରିଟ୍ ଲିଷ୍ଟ। ଜାନୁଆରି ୨୭ରେ ପ୍ରକାଶ ପାଇବ ଚୁଡାନ୍ତ ମେରିଟ୍ ଲିଷ୍ଚ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ନିଟ୍ ୟୁଜିର ମେରିଟ୍ ଲିଷ୍ଟ ଆଧାରରେ କାଉନସେଲିଂ ଆରମ୍ଭ କରିବାକୁ ସରକାର ନିଷ୍ପତ୍ତି ନେଇଥିବା ଓଜେଇଇ ତରଫରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। www.ojee.nic.in/www.odishajee.comରେ ଲଗ୍ ଇନ୍ କରି ଛାତ୍ରଛାତ୍ରୀମାନେ ସମସ୍ତ ତଥ୍ୟ ପାଇପାରିବେ।