ପରୀକ୍ଷା କେନ୍ଦ୍ର ବାହାରୁ ଛାତ୍ରୀଙ୍କୁ ଅପହରଣ ! ଗତ ୭ ତାରିଖରୁ ଅଭିଯୋଗ ହୋଇଥିଲେ ମଧ୍ୟ ଫଳ ଶୂନ

ଭଦ୍ରକ(କେନ୍ଯୁଜ୍): ପରୀକ୍ଷା କେନ୍ଦ୍ର ବାହାରୁ ଛାତ୍ରୀଙ୍କୁ ଅପହରଣ ଅଭିଯୋଗ । ଏନେଇ ଭଦ୍ରକ ଜିଲ୍ଲା ବାଂଶଡା ଥାନାରେ ଗତ ୭ ତାରିଖରୁ ଅଭିଯୋଗ ହୋଇଥିଲେ ମଧ୍ୟ ଏଯାଏ ଛାତ୍ରୀଙ୍କର ପତ୍ତା ମିଳିନି । ଚାନ୍ଦବାଲି ଏସଡିପିଓଙ୍କୁ ଭେଟି ତୁରନ୍ତ ଝିଅକୁ ଖୋଜିବାକୁ ଗୁହାରି କରିଛନ୍ତି ପରିବାର ।
ପରୀକ୍ଷାର ଶେଷ ଦିନରେ ହିଁ ଜଣେ ଯୁବକ ଜୋରଜବରଦସ୍ତ ଛାତ୍ରୀଙ୍କୁ ଅପହରଣ କରିନେଇଥିବା ଅଭିଯୋଗ ହୋଇଛି। ଘଟଣାକୁ ୪ଦିନ ବିତିଯାଇଥିଲେ ବି ପୋଲିସ ଅଭିଯୁକ୍ତକୁ ଗିରଫ କରିପାରିନାହିଁଁ। ତୁରନ୍ତ ପୋଲିସ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି। ଖୁବ୍ ଶୀଘ୍ର ଉଦ୍ଧାର କରାଯାଇ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚାନ୍ଦବାଲି ଏସଡିପିଓ କହିଛନ୍ତି।