ଭିଜିଲାନ୍ସ ହାତରେ ଧରାପଡ଼ିଲେ ଡାକ୍ତର, ଅସ୍ତ୍ରୋପଚାର ପାଇଁ ନେଉଥିଲେ ଲାଞ୍ଚ

ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଡାକ୍ତର । ୫,୫୦୦ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚକ୍ଷୁ ବିଶେଷଜ୍ଞ ଡାକ୍ତର ସଂଜୀବ କୁମାର କର ।

ସୁବର୍ଣ୍ଣପୁର (କେନ୍ୟୁଜ): ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଡାକ୍ତର । ୫,୫୦୦ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚକ୍ଷୁ ବିଶେଷଜ୍ଞ ଡାକ୍ତର ସଂଜୀବ କୁମାର କର । ଉଲୁଣ୍ଡା ବ୍ଲକର ଜାଲୋଏ ଗାଁର ଲକ୍ଷ୍ମଣ ତ୍ରିପାଠୀଙ୍କର ମୋତିଆବିନ୍ଦୁ ଅପରେସନ ପାଇଁ ଡାକ୍ତର ସଂଜୀବ କୁମାର କର ଲାଂଚ ମାଗିଥିଲେ ।

ଏନେଇ ଲକ୍ଷ୍ମଣ ସୋନପୁର ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ । ଡାକ୍ତର ସଂଜୀବ କୁମାର କରଙ୍କୁ ଭିଜିଲାନ୍ସ ସୋନପୁର ଗ୍ରୀଡ କଲୋନୀ ସ୍ଥିତ କାର୍ଯ୍ୟାଳୟକୁ ନେଇ ଅଧିକ ତଦନ୍ତ ଜାରି ରଖିଛି । ସେପଟେ ଡାକ୍ତରଙ୍କ ନିଜ ଘର ବଲାଙ୍ଗୀରସ୍ଥିତ ସୁଦପଡା ଏବଂ ସୋନପୁର ସରକାରୀ ବାଭବନ ଏବଂ କାର୍ଯ୍ୟାଳୟରେ ଏକାସାଙ୍ଗରେ ଭିଜିଲାନ୍ସ ବିଭାଗ ପକ୍ଷରୁ ରେଡ ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.