ଗୁଜରାଟରେ ଅଦିନିଆ ବର୍ଷା, ୨୦ ମୃତ

ଗୁଜରାଟରେ ଅଦିନିଆ ବର୍ଷା ସାଙ୍ଗକୁ ପ୍ରବଳ ଘଡଘଡି ଯୋଗୁଁ ଗୋଟିଏ ଦିନରେ ୨୦ ଜଣଙ୍କ ମୃତ୍ୟୁ ହୋଇଛି । ବର୍ଷା ଯୋଗୁଁ ଶୀତକାଳୀନ ଫସଲ ନଷ୍ଟ ହୋଇଯାଇଛି । ଏହାକୁ ନେଇ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଶୋକବ୍ୟକ୍ତ କରିବା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।

ଗୁଜରାଟରେ ଅଦିନିଆ ବର୍ଷା ସାଙ୍ଗକୁ ପ୍ରବଳ ଘଡଘଡି ଯୋଗୁଁ ଗୋଟିଏ ଦିନରେ ୨୦ ଜଣଙ୍କ ମୃତ୍ୟୁ ହୋଇଛି । ବର୍ଷା ଯୋଗୁଁ ଶୀତକାଳୀନ ଫସଲ ନଷ୍ଟ ହୋଇଯାଇଛି । ବର୍ଷା ଯୋଗୁଁ ସ୍ଥାନୀୟ ନଦୀରେ ବନ୍ୟା ଭଳି ସ୍ଥିତି ଦେଖାଦେଇଛି । ଏହାକୁ ନେଇ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଶୋକବ୍ୟକ୍ତ କରିବା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।

ଗତ କିଛିଦିନ ହେଲାଣି ଦେଶର ଅଧିକାଂଶ ରାଜ୍ୟରେ ପ୍ରବଳ ବର୍ଷା ହେଉଛି । ତେବେ ଅଦିନିଆ ବର୍ଷା ଯୋଗୁଁ ମୋରବୀ, ରାଜକୋଟ, ସୁରତ, ଭାବନଗରରେ କୁଆପଥର ମଧ୍ୟ ପଡୁଛି । ଗୁଜରାଟରେ ହୋଇଥିବା ମୂଷଳଧାରା ବର୍ଷାରେ ସାମାନ୍ୟ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ବିଗତ ୧୬ ଘଣ୍ଟାରେ ଗୁଜରାଟର ସୁରତ, ସୁରେନ୍ଦ୍ରନଗର, ଖେଦା, ତାପି, ଭରୁଚ ଓ ଅମରେଲି ଜିଲ୍ଲାରେ ୫୦ରୁ ୧୧୭ ମିଲିମିଟର୍ ବର୍ଷା ହୋଇଥିବା ରେକର୍ଡ କରାଯାଇଛି ।

ଦାହୋଦରେ ୪ଜଣ, ଭରୁଚରେ ୩ଜଣ, ତାପିରେ ୨ଜଣ ଏବଂ ଅହମଦାବାଦ, ଅମରେଲି , ବନସ୍କଣ୍ଠ, ବୋତାଡ଼, ଖେଦା, ମେହସନା, ପଞ୍ଚମହଲ, ସବରକଣ୍ଠ, ସୁରତ, ସୁରେନ୍ଦ୍ରନଗର ଓ ଦେବଭୂମି ଦ୍ବାରକାରେ ଜଣେ ଲେଖାଏଁ ଲୋକ ମରିଛନ୍ତି ।

ଭାରତ ପାଣିପାଗ ବିଭାଗ ଅନୁଯାୟୀ, ଦକ୍ଷିଣ ଗୁଜରାଟ ଏବଂ ସୌରାଷ୍ଟ୍ରରେ ଜିଲ୍ଲାର କେତେକ ଅଞ୍ଚଳରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଏହାର ପରିଣାମ ପରେ କମିବ ବୋଲି ସୂଚନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.