ଫେସନାଲ ଇଞ୍ଜିନିୟରିଂ ଜ୍ଞାନକୌଶଳ ସହିତ ଜର୍ମାନ ଟେକ୍ନୋଲୋଜିରେ କରନ୍ତୁ ସ୍ବପ୍ନର ଘର ନିର୍ମାଣ, ସବୁ ପ୍ରକାର ସୁବିଧା ଯୋଗାଇ ଦେଉଛି ଓରିହୋମ କନଷ୍ଟ୍ରକସନ

ଭୁବନେଶ୍ୱର(କେନ୍ୟୁଜ୍): ରାଜ୍ୟର ପ୍ରଥମ  ଟେକ୍ନୋଲୋଜିଭିତ୍ତିକ କନ୍‌ଷ୍ଟ୍ରକସନ କମ୍ପାନୀ ଓରିହୋମ କନଷ୍ଟ୍ରକସନ ପ୍ରାଇଭେଟ ଲିମିଟେଡ ପକ୍ଷରୁ ଗୃହ ନିର୍ମାଣ ସଲ୍ୟୁଶନ ପ୍ରଦାନ ସମ୍ପର୍କରେ ଘୋଷଣା କରାଯାଇଛି । କମ୍ପାନି ବିଶେଷ କରି ୪ ପ୍ରମୁଖ ସେବା ଯୋଗାଉଛି । ଏହା ମଧ୍ୟରେ ରହିଛି ନୂଆ ଘର ନିର୍ମାଣ, ଇଣ୍ଟେରିୟର ଏବଂ ଏକ୍ସଟେରିୟର, ଜମି ସହ କଷ୍ଟମାଇଜ ପ୍ରପର୍ଟି ଏବଂ ମେଣ୍ଟେନାନ୍ସ ଓ ରିନୋଭେସନ । ଗ୍ରାହକମାନେ ବାସଗୃହ ନିର୍ମାଣ ସହ ଅନ୍ୟ ଆନୁଷଙ୍ଗିକ ସୁବିଧା ଗୋଟିଏ ଛାତ ତଳେ ପାଇପାରିବେ । ଏକ ପ୍ରଫେସନାଲ ସଂସ୍ଥା ଭାବେ ଲୋକଙ୍କ ବାସଗୃହ ନିର୍ମାଣର ବିଭିନ୍ନ ଦିଗକୁ ଧ୍ୟାନରେ ରଖି ସେବା ଯେଗାଣ କରାଯାଉଥିବା କମ୍ପାନୀ ପକ୍ଷରୁ କୁହାଯାଇଛି ।

ଘର ନିର୍ମାଣ ପାଇଁ ମାଟି ପରୀକ୍ଷା ସହ ପ୍ରାୟ ୩୦୦ ଅତ୍ୟାଧୁନିକ ଲ୍ୟାବ୍ ଟେଷ୍ଟ ସାମିଲ କରାଯାଇଛି । ରାଜ୍ୟର ବିଭିନ୍ନ ପ୍ରାନ୍ତରେ କମ୍ପାନି ଏହାର ପ୍ରକଳ୍ପ କାର୍ଯ୍ୟ ଜାରି ରଖିଛି । ପ୍ରଫେସନାଲ ଇଞ୍ଜିନିୟରିଂ ଜ୍ଞାନକୌଶଳ ସହିତ ଜର୍ମାନ ଟେକ୍ନୋଲୋଜି ଗ୍ରାହକଙ୍କର ଗୃହନିର୍ମାଣରେ ବ୍ୟବହାର କରାଯାଉଛି । ଲୋକମାନେ ଯେଭଳି ବିଶ୍ୱସ୍ତରୀୟ ଅନୁଭୂତି ଲାଭ କରିପାରିବେ ତାକୁ ମଧ୍ୟ ଧ୍ୟାନରେ ରଖାଯାଇଛି ବୋଲି ଓରିହୋମ ପକ୍ଷରୁ କୁହାଯାଇଛି ।

 ଚଳିତ ବର୍ଷ କମ୍ପାନି ୫୪ ପ୍ରକଳ୍ପ କାର୍ଯ୍ୟକାରୀ କରୁଛି । ୨୦୨୩ ପାଇଁ ୧୭ଟି ନୂଆ ପ୍ରକଳ୍ପ ଗ୍ରାହକମାନଙ୍କ ଦ୍ୱାରା ଅଗ୍ରୀମ ବୁକିଙ୍ଗ ହୋଇସାରିଲାଣି । ଅଦ୍ୟାବଧି କମ୍ପାନି ଓଡ଼ିଶାରେ ୧୩୦ ଗ୍ରାହକଙ୍କୁ ଇଣ୍ଟେରିୟର ଏବଂ ଏକ୍ସଟେରିୟର ବର୍ଗରେ ସେବା ଯୋଗାଇଛି । ଏହାବାଦ ୨୩ ଲ୍ୟାଣ୍ଡ ବୁକିଂ ଏବଂ ୫୪ ବାସଗୃହ ମେଣ୍ଟେନାନ୍ସ କାର୍ଯ୍ୟ ଏହା ଶେଷ କରିଛି । ଗ୍ରାହକ ଉତ୍ପାଦ ଏବଂ ସେବା ସମ୍ପର୍କିତ ସୂଚନା ପାଇଁ ଟୋଲ ଫ୍ରି ନଂ-୧୮୦୦୩୦୯୪୩୦୨ରେ ଯୋଗାଯୋଗ କରିପାରିବେ କିମ୍ବା ଝାରପଡ଼ା ସ୍ଥିତ ଭଗବାନ ଟାୱାର କାର୍ଯ୍ୟାଳୟ ସହ ସମ୍ପର୍କ କରିପାରିବେ ବୋଲି କମ୍ପାନିର କମରସିଆଲ ମୁଖ୍ୟ ଇଂ ବର୍ଷା ଦାସ୍‌ଙ୍କ ପକ୍ଷରୁ ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.