Below header

ଗାଁକୁ ଯିବା ପାଇଁ ଦରମା ମାଗିବାରୁ ମାଡ଼ ବେଙ୍ଗାଲୁରୁରେ ଓଡ଼ିଆ ଶ୍ରମିକଙ୍କୁ ଅଭିଯୋଗ

କେନ୍ୟୁଜ ବ୍ୟୁରୋ: ବେଙ୍ଗାଲୁରୁରେ ଓଡ଼ିଆ ଶ୍ରମିକଙ୍କୁ ମାଡ଼ । ଗାଁକୁ ଯିବା ପାଇଁ ଦରମା ମାଗିବାରୁ ମାଡ ମରାଯାଇଥିବା ଅଭିଯୋଗ । ବେଙ୍ଗାଳୁରୁ ରୁରାଲ ଜିଲ୍ଲା ଦୋଡାବଲ୍ଲାପୁରା ତାଳୁଙ୍କଠାରେ ଥିବା ଚନ୍ଦନ ଟେକ୍ସ ଟାଇଲ କମ୍ପାନୀରୁ ଏହି ଅଭିଯୋଗ ହୋଇଛି । କମ୍ପାନୀରେ ଶତାଧିକ ଓଡ଼ିଆ ଶ୍ରମିକ ଦୀର୍ଘଦିନ ଧରି କାମ କରୁଥିଲେ ।

ଲକଡାଉନ ଯୋଗୁ କାମ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । କାମ ନଥିବାରୁ ଘରକୁ ଯିବା ପାଇଁ କର୍ତ୍ତପକ୍ଷଙ୍କୁ ଜଣାଇଥିଲେ ଶ୍ରମିକ । ଏହାସହ ବକେୟା ଥିବା ୩ ମାସର ଦରମା ଦେବାକୁ କହିଥିଲେ । ହେଲେ କର୍ତ୍ତୃପକ୍ଷ ଦରମା ନଦେଇ ମାଡ ମାରିଥିବା ଅଭିଯୋଗ ହୋଇଛି । ସେମାନଙ୍କୁ ଓଡ଼ିଶା ଫେରାଇ ଆଣିବାକୁ ରାଜ୍ୟସରକାରଙ୍କୁ ନିବେଦନ କରିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.