Below header

‘ବାପା ବେମାର, ଘରେ ରାସନ ନାହିଁ, ଆମଠୁ ତରଭୁଜ କିଣ ବାବୁ’ ! ପେଟ ଚାଖଣ୍ଡକ ପାଇଁ କଅଁଳ ବୟସରେ ଏମିତି ଫଳ ବିକୁଛନ୍ତି ଭାଇ-ଭଉଣୀ

ସମୟ କେତେବେଳେ କାହାକୁ କି ଅବସ୍ଥାରେ ଆଣି ପହଞ୍ଚାଇବ ତାହା କେହି ଜାଣନ୍ତି ନାହିଁ। ଏଣୁ ଏକ ପ୍ରବାଦ ରହିଛି ‘ଆଜି ଯେ ରାଜେନ୍ଦ୍ରାସନେ କାଲି ସେ ଫକିର’। ଅର୍ଥାତ୍‌ ଆଜି ଯିଏ ରାଜା ଅଛି କାଲି ସେ ଭିକାରୀ ହେବା ଅସମ୍ଭବ ନୁହେଁ। ଏବେ କରୋନା ସ୍ଥିତିରେ ଏମିତି ଅନେକ ଦୃଶ୍ୟ ଦେଖିବାକୁ ମିଳିଛି, ଯାହା ସାଧାରଣ ଲୋକଙ୍କ ଛାତି ଥରାଇଦେବା ପାଇଁ ଯଥେଷ୍ଟ। ଏବେ ସେହିଭଳି ଆଉ ଏକ ଘଟଣା ଦେଖିବାକୁ ମିଳିଛି ଶାହାଜହାନପୁରରେ। ଏଠାରେ ରୋଗାଗ୍ରସ୍ତ ପିତାଙ୍କ ଚିକିତ୍ସା ଓ ଦୁଇଓଳା ଦାନା ପାଇଁ କଅଁଳ ଶିଶୁ ଠେଲାରେ ବେପାର କରୁଥିବା ଦେଖିବାକୁ ମିଳିଛି। ଯେଉଁ ବୟସରେ ପାଠ ପଢ଼ି ଭବିଷ୍ୟତ ଗଢ଼ିବା କଥା ସେହି ବୟସରେ ପେଟ ଚାଖଣ୍ଡ ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି ଦୁଇ ଭାଇ-ଭଉଣୀ।

In the Spirit of Medicine: A young woman selling watermelons | KUMD

ଲକ୍‌ଡାଉନ୍‌ ମଧ୍ୟରେ ଉତ୍ତର ପ୍ରଦେଶର ଶାହାଜାହାନପୁରରେ ଉଦୁଉଦିଆ ଖରାବେଳେ ଭାଇ ଭଉଣୀ ଏକ ଠେଲାରେ ତରଭୁଜ ବିକୁଥିବା ଦେଖିବାକୁ ମିଳିଥିଲା। ସେମାନେ ଟାଣି ଟାଣି ନେଉଥିବା ଠେଲାର ଉଚ୍ଚତା ସେମାନଙ୍କ ଠାରୁ ଟିକେ କମ୍‌। ତଥାପି କଷ୍ଟେମଷ୍ଟେ ସେମାନେ ତାକୁ ଟାଣି ଟାଣି ବେପାର କରିବାକୁ ବାହାରିଛନ୍ତି। ପାଦରେ ନା ଅଛି ଜୋତା ନା ଦେହରେ ଭଲ ଖଣ୍ଡେ ପୋଷାକ। ତଥାପି ସେମାନେ କର୍ତ୍ତବ୍ୟ ପଥରେ ଆଗେଇ ଚାଲିଛନ୍ତି। କାରଣ ସେମାନେ ଟଙ୍କା ନେଲେ ରୋଗିଣା ବାପାଙ୍କର ଚିକିତ୍ସା ହେବ, ମା’ ଖାଇବ। ଏଣୁ ଯେତେ କଷ୍ଟ ହେଉ ପଛେ ସେମାନେ ଥକିଯାଇନାହାନ୍ତି।

The War on the Poor: Donald Trump's win opens the door to Paul ...

ଛୁଆ ଦୁଇଙ୍କୁ ଦେଖି କିଛି ସହୃଦୟ ବ୍ୟକ୍ତି ନିକଟକୁ ଯାଇ ସେମାନେ କାହିଁକି ଏଭଳି ତରଭୁଜ ବିକୁଛନ୍ତି ପଚାରିବାରୁ ଛୁଆ ଦୁହିଁଙ୍କ ଆଖିରୁ ଠପ୍‌ ଠପ୍‌ ହୋଇ ଲୁହ ଝରିଯାଇଥିଲା। ସେମାନେ କହିଥିଲେ ଯେ ଘରେ ବାପା ବେମାର ଅଛନ୍ତି। ଆଗରୁ ସେ ଶ୍ରମିକ ଭାବେ କାମ କରି ଘର ଚଳାଉଥିଲେ, କିନ୍ତୁ ଏବେ ସେ ଆଉ କାମକୁ ଯାଇପାରୁନାହାନ୍ତି। ଏଣୁ ଘରେ ନା ଅଛି ଟଙ୍କା ନା ରାସନ। କେହି ସାହାଯ୍ୟ କରିବାକୁ ମଧ୍ୟ ନାହାନ୍ତି। ଏଣୁ ଛୁଆ ଦୁହେଁ ମା’ ବାପାଙ୍କ ପେଟକୁ ଦାନା ଯୋଗାଇବା ପାଇଁ ତରଭୁଜ ବିକ୍ରି କରିବାକୁ ଆସିଛନ୍ତି। ଟଙ୍କା ହେଲେ ଘରକୁ ଖାଇବା ନେଇ ଯିବେ। ଏଣୁ ତାଙ୍କଠାରୁ ତରଭୁଜ କିଣିବାକୁ ସେମାନେ ଅନୁରୋଧ କରିଥିଲେ। ତେବେ ସକାଳୁ ମାତ୍ର ୩୦୦ ଟଙ୍କାର ତରଭୁଜ ବିକ୍ରି କରିଛନ୍ତି ବୋଲି କାନ୍ଦି କାନ୍ଦି କହିଥିଲେ ଦୁଇ ଭାଇ-ଭଉଣୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.