Below header

ଅମ୍ଫାନ ମୁକାବିଲା ପାଇଁ ୪ ବରିଷ୍ଠ ଆଇଏଏସ ଅଫିସରଙ୍କୁ ୪ ଜିଲ୍ଲା ପାଇଁ ସ୍ୱତନ୍ତ୍ର ଦାୟିତ୍ୱ

କେନ୍ୟୁଜ ବ୍ୟୁରୋ: ବାତ୍ୟା ଅମ୍ଫାନ ମୁକାବିଲା ପାଇଁ ୪ ବରିଷ୍ଠ ଆଇଏଏସ ଅଫିସରଙ୍କୁ ୪ ଜିଲ୍ଲା ପାଇଁ ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇ ସେମାନଙ୍କୁ ପଠାଯାଇଛି । ପ୍ରଭାବିତ ହେବାକୁ ଥିବା ୪ ଜିଲ୍ଲା ପ୍ରଶାସନକୁ ଏମାନେ ସହଯୋଗ କରିବେ। ବରିଷ୍ଠ ଆଇଏଏସ ମଧୁସୂଦନ ପାଢ଼ୀଙ୍କୁ ବାଲେଶ୍ୱର ଜିଲ୍ଲା ଦାୟିତ୍ୱ ଦିଆଯାଇଛି।

ସୁଶୀଲ କୁମାର ଲୋହାନିଙ୍କୁ ଭଦ୍ରକ ଜିଲ୍ଲା ଦାୟିତ୍ୱ ଦିଆଯାଇଛି। ସେହିପରି ହେମନ୍ତ କୁମାର ଶର୍ମାଙ୍କୁ କେନ୍ଦ୍ରାପଡା ଦାୟିତ୍ୱ ମିଳିଥିବା ବେଳେ ଜଗତସିଂହପୁର ଜିଲ୍ଲା ଦାୟିତ୍ୱରେ ଶାଶ୍ୱତ ମିଶ୍ରଙ୍କୁ ପ୍ରଦାନ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.