ପୁଣି ମିଛ ଖବର ପ୍ରସାରଣ କଲା ଓଟିଭି, ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ଗସ୍ତ ସମୟକୁ ନେଇ ମିଥ୍ୟା ଓ ଉଦ୍ଦେଶ୍ୟମୂଳକ ଖବର କରିଥିଲା ପ୍ରସାରଣ

କେନ୍ୟୁଜ୍(ବ୍ୟୁରୋ):  ଆକାଶମାର୍ଗରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବନ୍ୟାଞ୍ଚଳ ପରିଦର୍ଶନ ସାମ୍ନକୁ ଆସିଛି ସତ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୯ ମିନିଟ ନୁହେଁ ସମୁଦାୟ ୩୦ ମିନିଟ୍‌ ଉଡ଼ାଣ ଭରିଥିଲେ । ହେଲିକପ୍ଟରର ଟେକ୍‌ ଅଫ ଓ ଲ୍ୟାଣ୍ଡିଂକୁ ବାଦ୍‌ ଦେଲେ ୧୯ ମିନିଟ୍‌ ଏୟାର ଟାଇମ୍‌ ଥିଲା ବୋଲି ତଥ୍ୟ ମିଳିଛି। ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ ଭିଭିଆଇପି ତାଲିକାରେ ମୁଖ୍ୟମନ୍ତ୍ରୀମାନେ ଆସୁ ନାହାନ୍ତି। ତେଣୁ ଅଗଷ୍ଟ ୩୧ରେ କୌଣସି ଭିଭିଆଇପି ମୁଭମେଣ୍ଟ ହୋଇନଥିବା ଏୟାରପୋର୍ଟ ଅଥରିଟି ଦର୍ଶାଇଛନ୍ତି।

cm naveen pattnaik airel view

ମୁଖ୍ୟମନ୍ତ୍ରୀ ଡବଲ ଇଂଜିନ ହାଇକ୍ୱାଲିଟି ହେଲିକପ୍ଟର ବ୍ୟବହାର କରନ୍ତି । ଭୁବନେଶ୍ୱରରୁ ଏହା ୬ ମିନିଟ୍‌ରେ ବନ୍ୟାଞ୍ଚଳରେ ପହଞ୍ଚି ପାରିବ। ଗତକାଲି ଓଟିଭିରେ ଖବର ପ୍ରସାରଣ କରାଯାଇ କୁହା ଯାଇଥିଲା ଅଗଷ୍ଟ ୩୧ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ସମୁଦାୟ ଉଡାଣ ୧୯ ମିନିଟ୍‌ ଥିଲା। ସେଥିରେ ଦର୍ଶାଯାଇଥିଲା ସକାଳ ୧୦ଟା ୧୨ରେ ମୁଖ୍ୟମନ୍ତ୍ରୀ ଉଡାଣ ଆରମ୍ଭ କରିଥିଲେ । ଆଉ ୧୦ଟା ୩୧ରେ ଫେରିଥିଲେ । କିନ୍ତୁ ମିଳିଥିବା ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ପ୍ରକୃତ ଏୟାର ଟାଇମ ୩ଟା ୪୨ରୁ ୪ଟା୧ ପର୍ଯ୍ୟନ୍ତ ଥିଲା ।

ତେଣୁ ସକାଳେ ବନ୍ୟାଞ୍ଚଳ ପରିଦର୍ଶନ କରିବାକୁ ଯାଇଥିବା ଖବର ପ୍ରସାରଣ ସଂପୂର୍ଣ୍ଣ ମିଥ୍ୟା । କାରଣ ସକାଳେ ନୁହେଁ ଅପରାହ୍‌ଣରେ ମୁଖ୍ୟମନ୍ତ୍ରୀ ବନ୍ୟାଞ୍ଚଳ ପରିଦର୍ଶନ କରିଥିଲେ । ମୁଖ୍ୟମନ୍ତ୍ରୀ ବନ୍ୟାଚଂଳ ଆକାଶମାର୍ଗରୁ ପରିଦର୍ଶନ ପ୍ରସଙ୍ଗରେ ଓଟିଭିର ଉଦ୍ଦେଶ୍ୟମୂଳକ ଓ ମିଥ୍ୟା ଖବର ପୁଣି ପଦାରେ ପଡ଼ିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.