ଜମି ହଡପ ମାମଲା: ଓଟିଭି କର୍ତ୍ତୃପକ୍ଷ ଏବଂ ଏତଲାକାରୀଙ୍କୁ ନୋଟିସ କଲା ପ୍ରଶାସନ, ବିବାଦୀୟ ଜମିର ମାପଚୁପ ଆରମ୍ଭ

ଖୋର୍ଦ୍ଧା: ଓଟିଭି ଜମି ହଡପ ମାମଲା । ହାଲୁରୀ ପାହାଡ଼ସିଙ୍ଗ ଓ ସନାତନ ପାହାଡସିଙ୍ଗଙ୍କ ଏତଲା କ୍ରମେ ମାମଲା ରୁଜୁ କରି ପୋଲିସ ତଦନ୍ତ କରୁଛି । ପ୍ରଶାସନ ପକ୍ଷରୁ ଓଟିଭି କର୍ତ୍ତୃପକ୍ଷ ଓ ଏତଲାକାରୀଙ୍କୁ ନୋଟିସ କରାଯାଇଛି । ଉପଜିଲ୍ଲାପାଳ ଏହି ନୋଟିସ ଜାରି କରିଛନ୍ତି । ଏହାସହ ବିବାଦୀୟ ଜମିର ମାପଚୁପ ଆରମ୍ଭ ହୋଇଛି । ବେଗୁନିଆ ତହସିଲ ଆରଆଇଙ୍କ ଉପସ୍ଥିତିରେ ମାପଚୁପ ହୋଇଛି । OTV ଷ୍ଟୁଡିଓକୁ ଯିବା ରାସ୍ତା, ଗୋଚର ଜମିରେ ହୋଇଛି ।

ପ୍ରଥମେ ଜମିରେ ନାଲି ଝଣ୍ଡା ପୋତିଛି ଜିଲ୍ଲା ପ୍ରଶାସନ । ଓଟିଭି ସଂସ୍ଥା ସ୍ଥାନୀୟ ଲୋକଙ୍କ ଜମି ଜବରଦଖଲ କରିଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଥିଲେ ୩ ଗାଁର ଲୋକେ । ଓଟିଭି ସଂସ୍ଥା ସ୍ଥାନୀୟ ଲୋକଙ୍କ ଜମି ଜବର ଦଖଲ କରିଛି । ପାଚେରୀ ବୁଲେଇ ମଝିରେ ଥିବା ଜମିକୁ ହଡପ କରିନେଇଛି । ପ୍ରତିବାଦ କଲେ ଓଟିଭିର ମାଲିକାଣୀ ଜଗି ମଙ୍ଗତ ପଣ୍ଡାଙ୍କ ଗୁଣ୍ଡାମାନେ ଜୀବନରୁ ମାରିଦେବାକୁ ଧମକ ଦେଉଥିବା ଅଭିଯୋଗ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.