ଆଇପିଏଲ୍ ୨୦୨୦: ଆଜି ମୁମ୍ବାଇ ଇଣ୍ଡିଆନ୍ସକୁ ଟକ୍କର ଦେବ ରାଜସ୍ଥାନ ରୟାଲ୍ସ, ତେଓ୍ଵାତିଆଙ୍କ ଉପରେ ରହିଛି ରୋହିତଙ୍କ ନଜର

ଆଇପିଏଲ୍ ୨୦୨୦ରେ ମ୍ୟାଚ ୨୦ରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ପରସ୍ପର ମୁହାଁମୁହିଁ ହେବେ। ଏହି ମ୍ୟାଚର ଆବୁଧାବିର ଶେଖ ଜାଏଦ ଷ୍ଟାଡିଅମରେ ଖେଳାଯିବ। ପୂର୍ବରୁ ରାଜସ୍ଥାନ ୨୦୦୮ରେ ଆଇପିଏଲ ଟାଇଟଲ ଜିତିଥିବା ବେଳେ ମୁମ୍ବାଇ ଚାରି ଥର ଚାମ୍ପିଅନ ହୋଇସାରିଛି। ଦୁଇଟି ଯାକ ଦଳ ମ୍ୟାଚ ହାତେଇ ପଏଣ୍ଟ ତାଲିକାରେ ଶୀର୍ଷକୁ ଯିବାକୁ ଚେଷ୍ଟା କରିବ।
ଦୁଇଟି ଯାକ ଦଳ ଆଇପିଏ୍ରେ ୨୧ଟି ମ୍ୟାଚ ଖେଳିଛି। ଯେଉଁଥିରୁ ୧୦-୧୦ ବିଜୟ ଧାରା ରହିଛି। ତେବେ ମୁମ୍ବାଇ ମ୍ୟାଚ ଜିତିବାକୁ ଚେଷ୍ଟା କରିବ ସେହିପରି ରାଜସ୍ଥାନ ମଧ୍ୟ ପୂର୍ବ ମ୍ୟାଚରୁ ଜିତି ହାସଲ କରିଥିବାରୁ ଏଥର ମଧ୍ୟ ବିଜୟ ଧାରା ବଜାୟ ରଖିବାକୁ ଚେଷ୍ଟା କରିବ। ରାଜସ୍ଥାନରେ ତେଓ୍ଵାତିଆଙ୍କ କମାଲ ଦେଖିବାକୁ ମିଳିଛି। ତେଣୁ ରାଜସ୍ଥାନ ଦଳ ମୁମ୍ବାଇ ଉପରେ ନିଶ୍ଚିତ ଭାରି ପଡିପାରେ ।
ମୁମ୍ବାଇ ସମ୍ଭାବ୍ୟ ଦଳ: କ୍ୱିନଣ୍ଟିନୋ ଡି କକ୍, ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ, ଈଶାନ କିଶନ, କିଦନଓନ ପୋଲାର୍ଡ, ହାର୍ଦ୍ଦିକ ପାଣ୍ଡ୍ୟା, କନାଲ ପାଣ୍ଡ୍ୟା, ଜେମସ୍ ପାଟିସନ, ରାହୁଲ ଚହର, ଟ୍ରେଣ୍ଟ ବୋଲ୍ଟ, ଜସପ୍ରୀତ ବୁମରା।
ରାଜସ୍ଥାନ ରୟାଲ୍ସ: ଜୋସ୍ ବଟଲର, ଷ୍ଟିଭେନ୍ ସ୍ମିଥ୍ (ଅଧିନାୟକ), ସଞ୍ଜୁ ସାମସନ୍, ରବିନ୍ ଉଥପ୍ପା, ରିୟାନ୍ ପରାଗ/ମନନ ଭୋରା, ରାହୁଲ ତେୱାତିଆ, ଶ୍ରେୟାସ ଗୋପାଲ, ଟମ୍ କୁରାନ, ଜୋଫ୍ରା ଆର୍ଚର, ଜୟଦେବ ଉନାକାତ୍, ଅଙ୍କିତ୍ ରାଜପୁତ୍ ।