କଟକ ଜିଲ୍ଳାରେ ଆଜି ୭୫ ନୂଆ କରୋନା ରୋଗୀ ଚିହ୍ନଟ, ୫୭ କେବଳ କଟକ ସିଟି ଅଞ୍ଚଳରୁ

କଟକ(କେନ୍ୟୁଜ୍‌) : କଟକ ଜିଲ୍ଲାରୁ ଆଜି (ସୋମବାର) ୭୫ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ତେବେ ୫୭ ନୂଆ ରୋଗୀ କେବଳ କଟକ ସିଟି (ସିଏମ୍‌ସି) ଅଞ୍ଚଳରୁ ବାହାରିଥିବା ଜଣାପଡ଼ିଛି । ଏହାକୁ ମିଶାଇ କଟକରେ କରୋନା ପଜେଟିଭ୍‌ ସଂଖ୍ୟା ମୋଟ୍‌ ୬୭୧ ରେ ପହଞ୍ଚିଛି ।

 

ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୩୬୭ ଥିବା ବେଳେ ୨୯୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ମୋଟ୍‌ ୮ ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବା କଟକ ମହାନଗର ନିଗମ ପକ୍ଷରୁ ପ୍ରକାଶ ପାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.