ପଦ୍ମପୁର ଉପନିର୍ବାଚନ : ବିଜେଡିର ୪୦ଜଣିଆ ପ୍ରଚାରକ ତାଲିକା ପ୍ରକାଶ; ଦେଖନ୍ତୁ କିଏ କିଏ ହେଲେ ସାମିଲ

ବରଗଡ଼ (କେନ୍ୟୁଜ): ପଦ୍ମପୁର ଉପନିର୍ବାଚନ ପ୍ରଚାର ପାଇଁ ୪୦ ଜଣିଆ ତାଲିକା ଜାରି କରିଛି ବିଜେଡି । ପଦ୍ମପୁର ପ୍ରଚାର ମଙ୍ଗ ଧରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବର୍ଷା ସିଂ ବରିହାଙ୍କ ପାଇଁ ଭୋଟ୍‌ ମାଗିବେ ୧୦ ଜଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ, ରାଜେନ୍ଦ୍ର ଢୋଲକିଆ, ନବ ଦାସ, ସମୀର ରଞ୍ଜନ ଦାଶ, ଟୁକୁନି ସାହୁ, ରୋହିତ ପୂଜାରୀ ।

bjd

ସେହିପରି ବିଜେଡିର ବହୁ ବିଧାୟକ, ସାଂସଦ ଓ ପଶ୍ଚିମ ଓଡ଼ିଶା ନେତା ପ୍ରଚାର କରିବେ । ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ପଦ୍ମପୁର ଓ ପାଇକମାଳର ବିଭିନ୍ନ ସ୍ଥାନରେ ପ୍ରଚାର ଚଳାଇଛନ୍ତି । ଭୋଟରଙ୍କୁ ଭେଟି ତାଙ୍କୁ ଆଶୀର୍ବାଦ କରିବାକୁ ଅଶ୍ରୁଳ ନିବେଦନ କରୁଛନ୍ତି । ମହିଳାମାନେ ତାଙ୍କୁ ପାଛୋଟି ନେବା ବେଳେ ବେଶ ଭାବବିହ୍ଵଳ ହୋଇ ପଡୁଛନ୍ତି ବର୍ଷା । ତାଙ୍କୁ ଦେଖି ସାଧାରଣ ଲୋକଙ୍କ ଆଖିରୁ ବି ଲୁହ ଝରି ଆସୁଛି । ଆଜି ତାଙ୍କ ବାପା ତଥା ଦିବଂଗତ ବିଧାୟକ ବିଜୟ ସିଂ ବରିହାଙ୍କ ଜନ୍ମଦିନ । ପ୍ରଚାର ବେଳେ ବାପାଙ୍କ କଥା ମନେ ପକାଇ କାନ୍ଦି ପକାଉଛନ୍ତି ବର୍ଷା । ବାପାଙ୍କ ଅଧୁରା ସ୍ୱପ୍ନକୁ ସାକାର କରିବା ସହ ମୁଖ୍ୟମନ୍ତ୍ରୀଙ୍କ ବିକାଶ ଧାରାକୁ ଆଗେଇ ନେବା ପାଇଁ ତାଙ୍କୁ ଭୋଟ ଦେବାକୁ ଜନସାଧାରଣଙ୍କୁ ନିବେଦନ କରୁଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.