Below header

ବିଳମ୍ବରେ ହୋଇପାରେ ପଞ୍ଚାୟତ ନିର୍ବାଚନ, ରାଜ୍ୟ ନିର୍ବାଚନ କମିସନଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା

ଭୁବନେଶ୍ବର(କେନ୍ଯୁଜ୍): ପଞ୍ଚାୟତ ନିର୍ବାଚନ କେବେ ହେବ, ତାହା କୋଭିଡର ତୃତୀୟ ଲହର ଉପରେ ନିର୍ଭର କରୁଛି । ବିଳମ୍ବରେ ପଞ୍ଚାୟତ ନିର୍ବାଚନ ହୋଇପାରେ ବୋଲି ରାଜ୍ୟ ନିର୍ବାଚନ କମିସନଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯିବା ପରେ ଏ ନେଇ ଚର୍ଚ୍ଚା ଜୋର ଧରିଛି । ସୂଚନା ଅନୁସାରେ ରାଜ୍ୟ ସରକାର କୋଭିଡ ସ୍ଥିତି ଉପରେ ତୀକ୍ଷ୍ମ ନଜର ରଖିଛନ୍ତି । ନିକଟରେ ପଶ୍ଚିମବଙ୍ଗ ସମେତ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ କୋଭିଡ ସମୟରେ ହେବା କାରଣରୁ କରୋନାର ଦ୍ୱିତୀୟ ଲହର ଭୀଷଣ ରୂପ ନେଲା । ଦେଶରେ ହଜାର ହଜାର ଲୋକଙ୍କ ଜୀବନ ଗଲା । ଘଟଣା ପାଇଁ ଲୋକେ କେନ୍ଦ୍ର ସମେତ ନିର୍ବାଚନ କମିସନଙ୍କୁ ଦାୟୀ କରିଥିଲେ ।

ଓଡ଼ିଶା ସମେତ ଦେଶର ଅଧିକାଂଶ ରାଜ୍ୟ ଏ ପର୍ଯ୍ୟନ୍ତ ଲକଡାଉନ କଟକଣାକୁ ମୁକୁଳି ପାରିନାହାନ୍ତି । ଏଭଳି ପରିସ୍ଥିତିରେ ରାଜ୍ୟ ସରକାର ପଞ୍ଚାୟତ ନିର୍ବାଚନ କରାଇ ରାଜ୍ୟ ସରକାର ଲୋକଙ୍କ ଜୀବନ ସହ ଖେଳ ଖେଳିବାକୁ ଚାହାନ୍ତି ନାହିଁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ଅପେକ୍ଷା ଲୋକଙ୍କ ଜୀବନକୁ ଗୁରୁତ୍ୱ ଦେଇ ଆସିଛନ୍ତି । ଏପରିକି ପିପିିଲି ଉପନିର୍ବାଚନରେ ବିଜେଡି ପ୍ରଚାର କରିବ ନାହିଁ ବୋଲି ଘୋଷଣା କରିଥିଲା । ପଞ୍ଚାୟତ ନିର୍ବାଚନ ପ୍ରକି୍ରୟା ଆରମ୍ଭ କଲେ ଗାଁରେ ସାମାଜିକ ମିଳାମିଶା ବଢିବ । ଦଳୀୟ ଭିତ୍ତିରେ ସରପଞ୍ଚ ନିର୍ବାଚନ ହେଉ ନ ଥିବାରୁ ନିୟନ୍ତ୍ରଣ ରହିବ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.