ବରଣମାଳା ପକାଇବା ସମୟରେ ଗାଲରେ ପଡିଲା ଚଟକଣି, ଭିଡିଓ ହେଲା ଭାଇରାଲ

କରୋନା କାଳରେ ଅନେକ ବିବାହ ଦେଖିବାକୁ ମିଳୁଛି । ବିବାହରେ କିଛି ଅଜବ ଘଟଣା ଘଟୁଥିବାର ମଧ୍ୟ ଆପଣ ଣୁଣିବାକୁ ପାଉଥିବେ । ଏବେ ପୁଣି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ କନ୍ୟା ଜଣକ ଜଣେ ବ୍ୟକ୍ତିକୁ ନିଧୁମ ମାଡ଼ ମାରୁଥିବା ସହ ଝଗଡ଼ା କରୁଥିବାର ଆପଣ ଦେଖିବାକୁ ପାଇବେ ।

23532645
pc: india.com

ଭାରତରେ ବିବାହକୁ ବଡ଼ ଉତ୍ସାହର ସହ ସମ୍ପର୍ଣ୍ଣ କରାଯାଏ । ତେବେ ବିବାହରେ ସବୁ କିଛି ଖୁବ ଗୁରୁତତ୍ୱପୂର୍ଣ୍ଣ ହୋଇଥାଏ । ଏହା ମଧ୍ୟରୁ ବରଣମାଳା ମଧ୍ୟ ଅନ୍ୟତମ । ଏହାକୁ ଦେଖିବା ପାଇଁ ସମସ୍ତେ ଜଗି ରହିଥାନ୍ତି । କିନ୍ତୁ ଏ ବିବାହରେ କିଛି ଅଜବ ଘଟଣା ଘଟିଛି । ପରସ୍ପରକୁ ମାଳା ପିନ୍ଧାଉଥିବା ବେଳେ ଘଟିଲା ଆଖିଦୃଶିଆ ଅଘଟଣ । ଦେଖନ୍ତୁ ପ୍ରଥମେ ଏହି ଭିଡିଓ..

ଏଥିରେ ବର ଜଣକ କନ୍ୟାଙ୍କୁ ମାଳା ପିନ୍ଧାଇବା ପରେ କନ୍ୟା ଜଣକ ମଧ୍ୟ ମାଳା ପିନ୍ଧାଇଲେ । କିନ୍ତୁ ତା ପରେ ଯାହା ହେଲା ତାହା ଆପଣ ନିଜେ ଦେଖୁଛନ୍ତି । କନ୍ୟା ଜଣକୁ ଉଠାଇଥିବା ବ୍ୟକ୍ତି ଜଣକୁ କନ୍ୟା ଏକ ଚଟକଣି ମାରିଲେ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ସୂଚନା ଅନୁଯାୟୀ, ମାଡ଼ ଖାଇଥିବା ବ୍ୟକ୍ତି ଜଣକ କନ୍ୟାର ପରିବାର ମଧ୍ୟରୁ ଜଣେ । କିନ୍ତୁ ଏହି ଘଟଣା କ୍ୟାମେରା କଏଦ ହୋଇ ପୋଷ୍ଟ ହେଲାପରେ ଏହା ଖୁବ ଭାଇରାଲ ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.