ଭ୍ୟାକସିନ ନେବା ପରେ କରୋନାର ୩ୟ ଲହର ଲୋକଙ୍କ ପାଇଁ ହେବନି କ୍ଷତିକାରକ, ICMR ପକ୍ଷରୁ ସୂଚନା

ଭାରତରେ କରୋନାର ୩ୟ ଲହର ଆସେ ତେବେ ଏହା ଦେଶ ପାଇଁ ବେଶି ଗଭୀର ପ୍ରଭାବ ପକାଇବ ନାହିଁ । ଏନେଇ ସୂଚନା ଦେଲେ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ ବା ICMR । ଏକ ନୂଆ ଅଧ୍ୟୟନରୁ ଏହା ସମ୍ପର୍କରେ ଜଣାପଡିଛି । ଗାଣିତୀୟ ମଡେଲ ବିଶ୍ଲେଷଣର ଆଧାରରେ ଏହି ଅଧ୍ୟୟନ କରାଯାଇଛି ।

ଅଧ୍ୟୟନ ରିପୋର୍ଟରୁ ଜଣାପଡିଛି ଯେ, ଟୀକାକରଣର ବିସ୍ତାର ହେତୁ କରୋନାର ୩ ୟ ଲହରର ପ୍ରକୋପ ଅଧିକ ମାତ୍ରାରେ ଦେଖାଯିବ ନାହିଁ । ଏହାଦ୍ୱାରା ଲୋକ ବେଶି ଆକ୍ରାନ୍ତ ହେବେ ନାହିଁ । ସୂଚନା ଅନୁଯାୟୀ, ୪୦% ଲୋକ କରୋନର ୨ୟ ଲହରରେ ୩ ମାସ ମଧ୍ୟରେ ଭ୍ୟାକସିନର ୨ଟି ଡୋଜ ନେଇଛନ୍ତି । ଟୀକାକରଣ ପରେ ମହାମାରୀର ପ୍ରଭାବ ଅର୍ଥାତ ସଂକ୍ରମଣ ହାର ୬୦% କମିଯିବାର ଆଶଙ୍କା ରହିଛି । ତେଣୁ ଏହାକୁ ନେବା ପରେ ଶରୀରରେ ଆଣ୍ଟିବଡ଼ି ପ୍ରସ୍ତୁତ ହୋଇଛି । ଯାହା କରୋନାର ୩ୟ ଲହରର ସଂକ୍ରମଣରୁ ଲୋକଙ୍କୁ ରକ୍ଷା କରିବ ।

କରୋନାର ୨ୟ ଲହର ୧ମ ଲହର ଅପେକ୍ଷା ଖବୁ ମାରାତ୍ମକ ହୋଇଛି । ଏମ୍ସ ଚିଫ ସହ ଅନ୍ୟ କେତେକ ଏକ୍ସପର୍ଟଙ୍କ କହିବା ଅନୁଯାୟୀ, ଆସନ୍ତା ସେପ୍ଟେମ୍ବର ରୁ ଅକ୍ଟୋବର ମାସ ମଧ୍ୟରେ କରୋନାର ୩ୟ ଲହର ଆସିବ ।

ଦେଶରେ କରୋନାର ଡେଲ୍ଟା ପ୍ଲସ ଭାରିଏଣ୍ଟ ଚିହ୍ନଟ ହେବା ପରେ ଏହା ୩ୟ ଲହରର କାରଣ ହେବ ବୋଲି କୁହାଯାଇଛି । ଏହା ଚିହ୍ନଟ ହେବା ପରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ତାମିଲନାଡୁ, ଗୁଜୁରାଟ, ଆନ୍ଧ୍ରପ୍ରଦେଶ, ରାଜସ୍ଥାନ, କର୍ଣ୍ଣାଟକ, ପଞ୍ଜାବ ଓ ହରିୟାଣା ଆଦି ସ୍ଥାନରେ କଣ୍ଟେନମେଣ୍ଟ ଜୋନ ଘୋଷଣା କରି କଣ୍ଟାକ୍ଟ ଟ୍ରେସିଂ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.