ଝଗଡ଼ା ହେବାରୁ ରାସ୍ତାରେ ଛୁଆକୁ ଛାଡି ଚାଲିଗଲେ ବାପା-ମା ‘, ଏବେ ୮ ବର୍ଷର ଶିଶୁ ବେସାହାରା

୮ ବର୍ଷର ଶିଶପୁତ୍ରକୁ ଛାଡ଼ି ବାପା ମା' ଫେରାର। ବାଲେଶ୍ଵର ଜିଲ୍ଲା ସୋର ଥାନା ଅନ୍ତର୍ଗତ ଦହିଷଡା ଠାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

ସୋର (କେନ୍ୟୁଜ): ପାରିବାରିକ ଝଗଡ଼ା ହେବାରୁ ରାସ୍ତାରେ ଛୁଆକୁ ଛାଡି ଛୁ ମାରିଛନ୍ତି ଜନ୍ମକଲା ବାପାମା’ । ଏଥିରେ ବଳି ପଡ଼ିଛି ବିଚରା ନାବାଳକ । ସୋର ଥାନା ନାୟକ ଛକରେ ଘଟିଛି ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ।

୮ ବର୍ଷର ଶିଶପୁତ୍ରକୁ ଛାଡ଼ି ବାପା ମା’ ଫେରାର। ବାଲେଶ୍ଵର ଜିଲ୍ଲା ସୋର ଥାନା ଅନ୍ତର୍ଗତ ଦହିଷଡା ଠାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ୮ ବର୍ଷର ଶିଶୁ ପୁତ୍ର ଜ୍ୟୋତି ରଞ୍ଜନ ମଲ୍ଲିକ ଦହିଷଡା ଠାରେ ବେସାହାରା ହୋଇ ଘୁରି ବୁଲୁଥିବାର ଦେଖି ହୋଟେଲ୍ ସନସାଇନ୍ ମାଲିକ ନାବାଳକକୁ ଖାଇବାକୁ ଦେଇ ନିଜ ଦାୟିତ୍ୱରେ ରଖିଥିବା ବେଳେ ସୋର ଥାନାକୁ ଜଣେଇ ଥିଲେ। ତତ୍କ୍ଷଣାତ୍ ସୋର ପୋଲିସ ଘଟଣସ୍ଥଳରେ ପହଞ୍ଚି ଶିଶୁକୁ ଉଦ୍ଧାର କରିଥିଲେ।

ପିଲାଟିକୁ ପୁନ୍ଖାନୁପୁଖ ଭାବେ ପଚାରିବାରୁ କହୁଛି ବାପା ମା ସାଙ୍ଗ ହୋଇ ମଟର ସାଇକେଲରେ ଆସିଲେ। ବାପା ମାଆ ଦୁହେଁ ଗାଡ଼ିରେ ଯାଉଥିବା ବେଳେ ଉଭୟଙ୍କର ପାଟିତୁଣ୍ଡ ହୋଇଥିଲା । ପରେ ବାପା ରାଗରେ ଜରଜର ହୋଇ ମା ଓ ମତେ ଛାଡି ଚାଲିଯାଇଥିଲେ । କିଛି ସମୟ ପରେ ମା’ ମଧ୍ୟ ବାଇକରେ ଅନ୍ୟ ଜଣେ ଯୁବକଙ୍କ ସହିତ ପଳାଇଯାଇଥିଲେ।

ପୋଲିସ ଜ୍ୟୋତି ରଞ୍ଜନଙ୍କୁ ଶିଶୁ ସୁରକ୍ଷା ସମିତିକୁ ହସ୍ତାନ୍ତର କରି ବାଲେଶ୍ଵର ଚାଇଲଡ ଲାଇନ ଖଇରା ସଵସେଣ୍ଟର ଶିଶୁ ମଙ୍ଗଳରେ ଛାଡ଼ିଥିବାର ପ୍ରକାଶ କରିଛନ୍ତି । ଏଵେବି ବାପା ଓ ମା ପୁଅ କୁ ଖୋଜୁ ନଥିବାର ଜଣାପଡିଛି ।