Below header

ଧମାରେ ଉଦଘାଟିତ ହେଲା ପଥପ୍ରାନ୍ତ ସୁବିଧା କେନ୍ଦ୍ର

ସମ୍ବଲପୁର : ସମ୍ବଲପୁର ମାନେଶ୍ୱର ବ୍ଲକ ଧମା ଅଂଚଳରେ ଥିବା ବାବା ବିମଳେଶ୍ୱରଙ୍କ ମନ୍ଦିରକୁ ପର୍ୟ୍ୟଟନ ସ୍ଥଳୀର ମାନ୍ୟତା ଦେବା ପାଇଁ ଉଦ୍ୟମ କରିଛନ୍ତି ରାଜ୍ୟ ସରକାର । ଧମାଠାରେ ଏକ ପଥପ୍ରାନ୍ତ ସୁବିଧା କେନ୍ଦ୍ରକୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ପୂର୍ବରୁ ଏଠାରେ ପର୍ୟ୍ୟଟକଙ୍କ ପାଇଁ କୌଣସି ଶୌଚାଳୟ, ବିଶ୍ରାମାଗାର କି ଅନ୍ୟ ସୁବିଧା ନଥିଲା । ଅଂଚଳବାସୀଙ୍କ ଦାବି ପରେ ସରକାର ଏହି ଆବଶ୍ୟକତାକୁ ପୂରଣ କରିଛନ୍ତି । ଏହି ଉଦ୍ଘାଟନୀ କାର୍ୟ୍ୟକ୍ରମରେ ସ୍ଥାନୀୟ ବିଧାୟକ ରୋହିତ ପୂଜାରୀ, ସମ୍ବଲପୁର ଜିଲ୍ଳାପାଳ ସମର୍ଥ ବର୍ମା, ସମ୍ବଲପୁର ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.