ବଲାଙ୍ଗିର ଭୀମଭୋଇ କଲେଜରେ କାର୍ଯ୍ୟରତ ନର୍ସଙ୍କୁ ଆକ୍ରମଣ ଘଟଣା, ଡାକ୍ତରଖାନା ଆଗରେ କର୍ମଚାରୀଙ୍କ ଆନ୍ଦୋଳନ

ବଲାଙ୍ଗିର : କାର୍ଯ୍ୟରତ ନର୍ସଙ୍କୁ ଆକ୍ରମଣ ଘଟଣାରେ ଆନ୍ଦୋଳନ। ବଲାଙ୍ଗିର ଭୀମଭୋଇ କଲେଜରେ ଜଣେ କାର୍ଯ୍ୟରତ ନର୍ସଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ନର୍ସ ଜଣଙ୍କ ଡ୍ୟୁଟିରେ ଥିବାବେଳେ ଦୁଇ ଜଣ ଦୁର୍ବୃତ୍ତ ଆକ୍ରମଣ କରି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ଆହତ ନର୍ସ ହେଲେ ପ୍ରତିମା ପ୍ରଧାନ। ଚିକିତ୍ସାରେ ଅବହେଳା କାରଣରୁ ତାଙ୍କ ଉପରେ ଦୁର୍ବୃତ୍ତମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ନର୍ସମାନେ ଡାକ୍ତରଖାନା ଆଗରେ ଆନ୍ଦୋଳନ ଚଳାଇଛନ୍ତି। ଘଟଣାସ୍ଥଳରେ ଟାଉନ ପୋଲିସ ପହଞ୍ଚି ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.