ପାଟକୁରା ନିର୍ବାଚନ ପାଇଁ ବିଧାନସଭାରେ ଉଠିଲା ପ୍ରସଙ୍ଗ, ଜବାବ ରଖିଲେ ସରକାରୀ ଦଳ ମୁଖ୍ୟ ସଚେତକ

ବିଧାନସଭାରେ ଉଠିଲା ପାଟକୁରା ପ୍ରସଙ୍ଗ। ସରକାରଙ୍କୁ ଘେରିଛନ୍ତି ବିରୋଧୀ। ଅଭିଯୋଗ କରିଛନ୍ତି, ବିଧାନସଭା ଅଧିବେଶନ ଚାଲିଛି ଏଥିପାଇଁ ଅଧାରୁ ଅଧିକ ମନ୍ତ୍ରୀଙ୍କର ଦେଖା ମିଳୁନି। ଅନୁପସ୍ଥିତ ରହୁଛନ୍ତି ଶାସକ ଦଳର ବହୁ ବିଧାୟକ। ଆଜି ବିଧାନସଭା ପ୍ରଶ୍ନକାଳରେ ଏମିତି ଚିତ୍ର ଦେଖିବାକୁ ମିଳିଥିଲା। ଉଭୟ କଂଗ୍ରେସ ଓ ବିଜେପି ପ୍ରଶ୍ନ କରିଛନ୍ତି, ମନ୍ତ୍ରୀମାନେ ଏବେ ପାଟକୁରାରେ। ବିଧାନସଭାରେ କିଏ ଶୁଣିବ ଲୋକଙ୍କ ସମସ୍ୟା? ବିରୋଧୀ କହିଛନ୍ତି, ଯଦି ବିଧାନସଭାଠାରୁ ବେଶୀ ଗୁରୁତ୍ୱପୂର୍ଣ୍ଣ ପାଟକୁରା ଭୋଟ୍‌, ତେବେ ନିର୍ବାଚନ ସରିବା ଯାଏଁ ଅଧିବେଶନକୁ ବନ୍ଦ କରି ଦିଆଯାଉ।

assemblyସରକାରୀ ଦଳ ମୁଖ୍ୟ ସଚେତକ କହିଛନ୍ତି, ବିଧାନସଭାରେ ଯେଉଁ ଦିନ ଯେଉଁ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ରହିଛି ମନ୍ତ୍ରୀମାନେ ଉପସ୍ଥିତ ରହୁଛନ୍ତି ତେଣୁ ବିଧାନସଭା ବନ୍ଦ କାହିଁକି ହେବ ବୋଲି ସେ ପ୍ରଶ୍ନ କରିଛନ୍ତି।ପାଟକୁରାରେ ଡେରା ପକାଇଛନ୍ତି ମାଳ ମାଳ ନେତା ଓ ମନ୍ତ୍ରୀ। ଗ୍ରାଉଣ୍ଡରେ ରାଜନୀତି ତେଜିଥିବା ବେଳେ ବିଧାନସଭାରେ ବି ଏହାର ତାତି ଦେଖିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.