ନୀଳକନ୍ଦରକୁ ଫେରିଲେ ନୀଳମଣି, ଦୀର୍ଘ ୧୩ ଦିନ ପରେ ଆଜି ବାହାରିବ ନୀଳାଚଳ ଅବଢ଼ା

ପୁରୀ(କେନ୍ୟୁଜ୍): ନୀଳକନ୍ଦରକୁ ଫେରିଲେ ନୀଳମଣି । ଆଜି ସକାଳ ଧୂପ ପରେ ଦୀର୍ଘ ୧୩ ଦିନ ପରେ ବାହାରିବ ନୀଳାଚଳ ଅବଢ଼ା । ଚନ୍ଦ୍ର ଗ୍ରହଣ ଯୋଗୁଁ ଦିନ ୧୨ଟା ସୁଦ୍ଧା ନୀଳାଚଳ ଅବଢ଼ା ବାହାର କରିବାକୁ ନିଷ୍ପତ୍ତି ନିଆଯାଇଛି । ତେବେ ଚନ୍ଦ୍ରଗ୍ରହଣ ପାଇଁ ଅପରାହ୍‌ଣ ୪ଟା ସୁଦ୍ଧା ମହାପ୍ରଭୁଙ୍କର ସମସ୍ତ ନୀତି ଶେଷ ହେବ । ୧୨ ଦିନର ଲୀଳାଖେଳା ଶେଷ ପରେ ଗତକାଲି ରାତିରେ ଶ୍ରୀମନ୍ଦିରକୁ ଫେରିଥିଲେ ଚତୁର୍ଦ୍ଧାମୂର୍ତ୍ତି। ଗୋଟି ପହଣ୍ଡିରେ ରଥରୁ ମହାପ୍ରଭୁଙ୍କୁ ଅଣାଯାଇ ରତ୍ନ ସିଂହାସନରେ ଅଧିଷ୍ଠିତ କରାଯାଇଛି। ଶ୍ରୀମୁଖ ଖଣ୍ଡୁଆ, ମଇଲମ, ଚକାପୋଛା, ସିଂହାସନ ଧୂଆ ନୀତି ସରିବା ପରେ ମାଧବ, ଶ୍ରୀଦେବୀ ଓ ଭୂଦେବୀଙ୍କୁ ରତ୍ନସିଂହାସନକୁ ବିଜେ କରିଛନ୍ତି । ଏହାପରେ ମହାପ୍ରଭୁଙ୍କ ମହାସ୍ନାନ ନୀତି ହୋଇଛି । ରଥଯାତ୍ରାର ଅନ୍ତିମ ପର୍ବ ନୀଳାଦ୍ରି ବିଜେ ନୀତି ଦେଖିବା ପାଇଁ ଶ୍ରୀକ୍ଷେତ୍ର ଲୋକାରଣ୍ୟ ହୋଇଉଠିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.