ବଳିମାଂସକୁ ନେଇ କଳି : ଉତ୍ତ୍ୟକ୍ତ ହୋଇ କଲେ ହତ୍ୟାକାଣ୍ଡ

ସୁନ୍ଦରଗଡ଼ : ଗ୍ରାମଦେବୀଙ୍କ ନିକଟରେ ଲାଗି ହୋଇଥିବା ବଳିଭୋଗକୁ ନେଇ ଗଣ୍ଡଗୋଳ ପରେ ହତ୍ୟାକାଣ୍ଡ ହୋଇଛି । ଏହି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ତଲସରା ଗାଁରେ। ମୃତକଙ୍କ ନାଁ ନବୀନ ମହାକୁଳ ଜଣାପଡ଼ିଛି। ସେ ତଳସରା ଥାନାରେ ହୋମଗାର୍ଡ ଭାବରେ କାମ କରୁଥିଲେ। ବଳିମାଂସକୁ ନେଇ ନବୀନଙ୍କର ଗାଁର ସୁରେଶ ଡୁଙ୍ଗେତଙ୍କ ସହ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ସୁରେଶ ବଳି ଫାର୍ସାରେ ନବୀନଙ୍କ ବେକକୁ ହାଣି ଦେଇଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ପୋଲିସ ଅଭିଯୁକ୍ତ ସୁରେଶକୁ ଗିରଫ କରିବା ସହ ଦୁଇଜଣଙ୍କୁ ଅଟକ ରଖିଛି।

Leave A Reply

Your email address will not be published.