ସମସ୍ୟା ଘେରରେ ଟାଙ୍ଗିଲିପଦର ଗ୍ରାମ, ସମାଧାନ ନହେଲେ ଭୋଟ ବର୍ଜନ କରିବାକୁ ଚେତାବନୀ

ମୋହନା(କେନ୍ଯୁଜ୍): ଗାଁ ଗାଁ କୁ ପକ୍କା ରାସ୍ତା ନିର୍ମାଣ ସହ କିଭଳି ଲୋକେ ସରକାରୀ ଯୋଜନାର ସୁଫଳ ହାତ ମୁଠାରେ ପାଇପାରିବେ ସେଥିନିମନ୍ତେ କେନ୍ଦ୍ର ଏବଂ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି କିନ୍ତୁ ସ୍ଥାନୀୟ ଜନପ୍ରତିନିଧି ଏବଂ ପ୍ରଶାସନିକ ଅଧିକାରୀଙ୍କ ବେପରୁଆ ମନୋବୃତି ଯୋଗୁଁ ସରକାରୀ ଯୋଜନା ପାଇବାରୁ ଲୋକେ ଏବେ ମଧ୍ୟ ବଞ୍ଚିତ ରହୁଛନ୍ତି ।ଏଭଳି ଏକ ଅଭିଶପ୍ତ ଗାଁ ହେଉଛି ଆଦିବାସୀ ଅଧ୍ୟୁଷିତ ଗଜପତି ଜ଼ିଲ୍ଲା ଅନ୍ତର୍ଗତ ଉପାନ୍ତ ମୋହନା ବ୍ଲକ ର ଟାଙ୍ଗିଲିପଦର।

ଏହି ଟାଙ୍ଗିଲିପଦର ଗ୍ରାମ କୁ ଯିବାକୁ ହେଲେ ମୋହନା ସହର ରୁ ଗାଡ଼ିରେ କେନ୍ଦୁପଦା ଗ୍ରାମକୁ ଯାଇ ସେଠାରୁ ପାଞ୍ଚ କିଲୋମିଟର ପାହାଡି ରାସ୍ତା ଅତିକ୍ରମ କରିବାକୁ ପଡେ । ତା ମଧ୍ୟରେ ରାସ୍ତାରେ ଦୁଇଟି ଖରସ୍ରୋତା ନାଳ ଅତିକ୍ରମ କରିବାକୁ ହୁଏ। ୨୦୦ ରୁ ଉର୍ଦ୍ଧ ଜନସଂଖ୍ୟା ବିଶିଷ୍ଟ ଏହି ଗ୍ରାମ ରେ ୫୦ କୁଇ କନ୍ଧ ଆଦିବାସୀ ସମ୍ପ୍ରଦାୟ ଏବଂ ୩୦ ସଂଖ୍ୟାଲଘୁ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ର ଜନସାଧାରଣ ବସବାସ କରନ୍ତି। ରାସନ କାର୍ଡ ରେ ଚାଉଳ ଆଣିବା ହେଉ କିମ୍ବା ଭତ୍ତା ଆଣିବା ପାଇଁ ହେଉ ପି. ଗୋବିନ୍ଦପୁର ପଞ୍ଚାୟତ କୁ ପହଞ୍ଚିବା ପାଇଁ ଲୋକେ ଦୈନନ୍ଦିନ ଏହି ଦୁର୍ଗମ ପାହାଡି ରାସ୍ତା ଉପରେ ନିର୍ଭର କରନ୍ତି।

road

ଆମେ ମଧ୍ୟ ଲୋକଙ୍କ ପ୍ରକୃତ ସମସ୍ୟା ଦେଖିବା ପାଇଁ ସେମାନଙ୍କ ସହିତ ପାହାଡି ରାସ୍ତାରେ ଯାତ୍ରା ଆରମ୍ଭ କଲୁ, ଦୀର୍ଘ ଦୁଇ ଘଣ୍ଟା ର ଯାତ୍ରା ପରେ ଆମେ ପହଞ୍ଚି ଥିଲୁ ଟାଙ୍ଗିଲିପଦର ଗ୍ରାମରେ। ଚାରିପଟେ ପାହାଡ଼ ଘେରା ଘଞ୍ଚ ଜଙ୍ଗଲ ମଧ୍ୟରେ ଗ୍ରାମ ଟି ଅବସ୍ଥିତ।ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ ସହ ଧାନ ଚାଷ ଏବଂ ଛେଳି, କୁକୁଡ଼ା, ଗୋରୁଗାଇ ପାଳନ କରି ଏଠାକାର ଲୋକେ ନିଜ ଗୁଜୁରାଣ ମେଣ୍ଟାଈଥାନ୍ତି । ଗ୍ରାମରେ ପାନୀୟ ଜଳ ର ଘୋର ଅଭାବ, ଏକ ପୁରୁଣା ପଥର କୂଅ ଉପରେ ପାଣି ପାଇଁ ଲୋକେ ନିର୍ଭରଶୀଳ। ଲୋକଙ୍କ ସହ ଆଲୋଚନା ବେଳେ ଜଣାପଡିଲା ୨୦୧୮8 ମସିହାରୁ ଲୋକଙ୍କୁ ଇନ୍ଦିରାଆବାସ ଯୋଜନା ରେ ଗୃହ ନିର୍ମାଣ ପାଇଁ ଅର୍ଥ ପ୍ରଦାନ କରାଯାଇଛି କିନ୍ତୁ ରାସ୍ତା ନଥିବା ଯୋଗୁଁ କଞ୍ଚାମାଲ ଯାଇନପାରି ଗୃହ ନିର୍ମାଣ କାର୍ଯ୍ୟ ହୋଇପାରୁନାହିଁ ।

ଗ୍ରାମରେ ଅଙ୍ଗନୱାଡି ନାହିଁ ଫଳରେ ଶିଶୁ ଏବଂ ପ୍ରସୂତି ମାଁ ମନେ ଅନେକ ସମସ୍ୟା ରେ ଜୀବନ ଅତିବାହିତ କରନ୍ତି।ଆମ୍ବୁଲାନ୍ସ ନଆସିପାରିବା କାରଣ ରୁ ଗର୍ଭବତୀ ଏବଂ ଗୁରୁତର ରୋଗୀ ଅନେକ ମୃତ୍ୟୁ ମୁଖରେ ପଡନ୍ତି ।ଗ୍ରାମରେ ଲାଗିରହିଥିବା ଏହି ସମସ୍ୟା ଗୁଡିକ ର ସମାଧାନ ସ୍ୱରୂପ ଗ୍ରାମକୁ ଏକ ପକ୍କା ରାସ୍ତା ସଂଯୋଗ ଦାବିକରି ଗତ ୨୦୧୭ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କୁ ବର୍ଜନ କରିଥିଲେ ଏଠାକାର ଲୋକେ । ତଥାପି ପ୍ରଶାସନ ର ଦିନ ଭାଙ୍ଗିଲାନି କି ଲୋକଙ୍କ ସମସ୍ୟା ର ସମାଧାନ ହେଲାନି ବର୍ତ୍ତମାନ ନିର୍ବାଚନ ମୁଣ୍ଡ ଉପରେ। ତେଣୁ ଚଳିତ ଥର ଯଦି ଲୋକଙ୍କ ସମସ୍ୟା ର ସମାଧାନ ନ ହୁଏ ତେଵେ ପୁଣି ଭୋଟ ବର୍ଜନ କରିବା ପାଇଁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।

village problem

ଗ୍ରାମରେ ଲାଗିରହିଥିବା ସମସ୍ୟା ଗୁଡିକ ର ମୂଳ କାରଣ ହେଉଛି ରାସ୍ତା ସମସ୍ୟା। ତେଣୁ ଗ୍ରାମବାସୀଙ୍କ ପାଇଁ ଏକ ପକ୍କା ରାସ୍ତା ଯୋଗାଇଦେଲେ ସମସ୍ତ ସରକାରୀ ସୁବିଧା ଲୋକେ ଠିକ ଭାବେ ପାଇପାରିବେ। ଏନେଇ ଆମେ ମୋହନା ବିଡ଼ିଓ ଙ୍କ ସହ ଆଲୋଚନା କରିଥିଲୁ। ବ୍ଲକ ପ୍ରଶାସନ ପକ୍ଷରୁ ଗ୍ରାମରେ ଲାଗିରହିଥିବା ସମସ୍ୟା ଗୁଡିକ ର ସମାଧାନ କରାଯିବା ସହ ଗ୍ରାମ୍ୟ ଉନ୍ନୟନ ବିଭାଗ ସହ ଆଲୋଚନା କରି ରାସ୍ତା ନିର୍ମାଣ ପାଇଁ ପଦକ୍ଷେପ ନିଆଯିବା ସହ ଅତିଶୀଘ୍ର ଲାଗିରହିଥିବା ସମସ୍ୟା ଗୁଡିକ ର ସମାଧାନ ପ୍ରତି ଦୃଷ୍ଟି ଦିଆଯିବ ବୋଲି ସେ କହିଛନ୍ତି l

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.