ସୁନ୍ଦରଗଡ଼: ପୋଲିସ ଗିରଫଦାରିର ପ୍ରତିବାଦରେ ଥାନା ଘେରାଉ, ଉତ୍ଯକ୍ତ ଲୋକଙ୍କୁ ଘଉଡ଼ାଇବାକୁ ପୋଲିସର ମୃଦୁ ଲାଠି ଚାଳନା

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ଆନ୍ଦୋଳନ ବେଳେ ପୋଲିସ ଗିରଫଦାରିର ପ୍ରତିବାଦ । ନାବାଳକଙ୍କ ସମେତ ଶହେରୁ ଅଧିକ ଆନ୍ଦୋଳନକାରୀଙ୍କୁ ମୁକ୍ତି ଦାବିରେ ହେମଗିରି ଥାନା ଘେରାଉ । ଯାହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ସ୍କୁଲ ପିଲାଙ୍କୁ ଗତକାଲି ଠାରୁ ଥାନା ପରିସରରେ ରଖାଯାଇଥିବାରୁ ଆଜି ସ୍ଥାନୀୟ ଲୋକେ ଥାନା ଘେରାଉ କରି ନ୍ୟାୟ ଦାବି କରିଥିଲେ ଉତ୍ଯକ୍ତ ଲୋକଙ୍କୁ ଘଉଡ଼ାଇବାକୁ ପୋଲିସ ମୃଦୁ ଲାଠି ଚାଳନା କରିଥିଲା।

ତେବେ ଲାଠି ଚାଳନା ହୋଇନାହିଁ କେବଳ ମଦ ପିଇ ପାଟି ତୁଣ୍ଡ କରୁଥିବା ଲୋକଙ୍କୁ ଘଉଡ଼ା ଯାଇଥିବା କହିଛନ୍ତି ସଦର ଉପଜିଲ୍ଲାପାଳ । ଗାଁ ରାସ୍ତାରେ କୋଇଲା ପରିବହନ ବନ୍ଦ ଦାବିରେ ହେମଗିରି ବ୍ଲକ ଜନଶକ୍ତି ବିକାଶ ପରିଷଦ ପକ୍ଷରୁ ଗତ ଜାନୁଆରିରୁ ଆନ୍ଦୋଳନ ଚାଲିଛି । ତୀବ୍ର ବିରୋଧ କରି କନ୍ଦାଧୁଡାରେ ଗତ ୧୨ରୁ କୋଇଲା ଟ୍ରକଗୁଡିକୁ ଅଟକାଇ ଧାରଣା ଦେଇଥିଲେ । ଆଜି ଆନ୍ଦୋଳନକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ପୁଲିସ ପ୍ରଶାସନ । ଧାରଣାରେ ବସିଥିବା ସ୍କୁଲ ପିଲାଙ୍କ ସମେତ ଶହେରୁ ଅଧିକ ଆନ୍ଦୋଳନକାରୀଙ୍କୁ ପୁଲିସ ଉଠାଇନେଇ ହେମଗିର ଥାନାରେ ଅଟକ ରଖିଛି । ଯାହାକୁ ନେଇ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି ।

You might also like