ଏଣିକି କେନ୍ଦୁପତ୍ର ଚାଲାଣ ପାଇଁ ଗ୍ରାମସଭାର ଅନୁମତି ଓ ଟ୍ରାନଜିଟ୍‌ ପରମିଟ୍‌ ଯଥେଷ୍ଟ, ସିଧାସଳଖ କମ୍ପାନୀ ସହ ଚୁକ୍ତି କରିବେ ତୋଳାଳି

ଭବାନୀପାଟଣା(କେନ୍ଯୁଜ୍): ଏଣିକି କେନ୍ଦୁପତ୍ର ଚାଲାଣ ପାଇଁ ଆବଶ୍ୟକ ନାହିଁ ବନବିଭାଗର ଅନୁମତି । ଗ୍ରାମସଭାର ଅନୁମତି ସହ ଟ୍ରାନଜିଟ୍‌ ପରମିଟ୍‌ରେ କେନ୍ଦୁପତ୍ର ଚାଲାଣ ହେବ । ତେଣୁ କେନ୍ଦୁପତ୍ର ତୋଳାଳି ସିଧାସଳଖ କମ୍ପାନୀ ସହ ଚୁକ୍ତି କରିବେ ଓ ଲାଭ ସିଧାସଳଖ ସେମାନଙ୍କ ପାଖକୁ ଆସିବ । ପ୍ରାଥମିକ ଭାବେ କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଳକର ୩ଟି ଗାଁରୁ ଏହି ପ୍ରୋଜେକ୍ଟ ଆରମ୍ଭ ହୋଇଛି। ଫଳରେ ଲାଭବାନ ହେବେ ହଜାର ହଜାର କେନ୍ଦୁପତ୍ର ତୋଳାଳି ।

ଜୁନାଗଡ ବ୍ଳକର ୩ଟି ଗାଁର ଗ୍ରାମସଭା ଟ୍ରନଜିଟ୍‌ ପରମିଟ୍‌ ଖାତା ପ୍ରସ୍ତୁତ କରିଛନ୍ତି। କେନ୍ଦୁପତ୍ର କେତେ ତୋଳା ହେଲା ଓ କେଉଁଠିକୁ ଯାଉଛି ସବୁ ତଥ୍ୟ ରହିବ। ଫଳରେ କମ୍ପାନୀ କିମ୍ବା ଟ୍ରେଡରଙ୍କୁ ହଇରାଣ ହେବାକୁ ପଡିବନି । କରୋନାର ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ବି ଚଳିତବର୍ଷ ୧୬୬.୫୦ କୋଟି ମୂଲ୍ୟର କେନ୍ଦୁପତ୍ର ତୋଳାଯାଇଛି । ଯାହାକି ପୂବବର୍ଷ ତୁଳନାରେ ୪୭.୫୦ କୋଟି ଅଧିକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.