କେନ୍ଦୁଝର: ମାଲିକଙ୍କୁ ବିଷଧର ସାପ କବଳରୁ ରକ୍ଷା କଲା ପୋଷା କୁକୁର

ଘଟଗାଁ (କେ ନ୍ୟୁଜ): ପୋଷା କୁକୁର ଯେ କେତେ ବିଶ୍ୱସ୍ତ ସେପରି ଘଟଣା ମାନଙ୍କର ଉଦାହରଣ କିଛି କମ ନାହିଁ । ଅନେକ ବିପଦ ଜନକ ପରିସ୍ଥିତି ଏମିତିକି ମୃତ୍ୟୁ ମୁଖରୁ ବି ନିଜ ମାଲିକଙ୍କୁ ବଞ୍ଚାଇଛନ୍ତି ପୋଷା କୁକୁରମାନେ । ଏବେ ନିକଟରେ ହିଁ ଏପରି ଏକ ସମାନ ଧରଣର ଘଟଣା ସାମ୍ନାକୁ ଆସିଛି । ନିଜ ମାଲିକଙ୍କୁ ବିଷଧର ସାପ ନିକଟରୁ ବଞ୍ଚାଇଛି କୁକୁର। ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଳକ ଅନ୍ତର୍ଗତ କାଶିବେଡା ଗ୍ରାମରେ । ଗ୍ରାମର ଦଶରଥ ବାରିକ ରାତିରେ ଘରେ ଶୋଇଥିବା ବେଳେ ତାଙ୍କ ପୋଷା କୁକୁରଟି ମଧ୍ୟ ତାଙ୍କ ନିକଟରେ ଶୋଇଥିଲା ।

ଏହି ସମୟରେ ଏକ ବିଷାକ୍ତ ସାପ ତାଙ୍କ ଆଡ଼କୁ ଯାଉଥିବାର ଦେଖି ପୋଷା କୁକୁର ଖୁବ ଜୋରରେ ଭୁକିବା ସହ ପ୍ରାଣ ପଣେ ସାପକୁ ଅଟକାଇବାକୁ ଚେଷ୍ଟା କରିଥିଲା । କୁକୁର ଭୁକିବା ଶବ୍ଦ ଶୁଣି ଦଶରଥ ନିଦରୁ ଉଠି ଦେଖିବା ବେଳକୁ ତାଙ୍କ ବିଛଣା ନିକଟରେ ଏକ ବିରାଟ ରଣା ସାପ ବୁଲୁଛି । କୁକୁର ଯୋଗୁ ତାଙ୍କ ଜୀବନ ରକ୍ଷା ପାଇଯାଇଥିବା ବେଳେ ସାପଟିକୁ ଗାଁ ଲୋକେ ବାଡେଇ ମାରିଦେଇଥିବା ଜଣାପଡିଛି । ଏଥିସହ କୁକୁରକୁ ସମସ୍ତେ ବେଶ ପ୍ରଶଂସା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.