ରାୟଗଡ଼ା ସୀମାନ୍ତ ଡୁମୁଳାପଦର ଘାଟିରେ ଓଲଟିଲା ପିକନିକ୍‌ ବସ୍‌, ଜଣେ ମୃତ

ମୋହନା: ଘାଟିରେ ଓଲଟି ପଡିଲା ପିକନିକ୍‌ ବସ୍‌ । ବସ୍‌ ଓଲଟି ଜଣେ ମୃତ। ମୃତକ ଭୁବନେଶ୍ୱରର ସୁନୀଲ ସାହୁ। ରାୟଗଡ଼ା ସୀମାନ୍ତ ଡୁମୁଳାପଦର ଘାଟିରେ ଓଲଟିଲା ବସ୍। ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଆହତ ୫ଜଣଙ୍କୁ ପ୍ରଥମେ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ବ୍ରହ୍ମପୁର MKCGକୁ ସ୍ଥାନାନ୍ତର କରାଯାଇଛି।

କୋରାପୁଟ ଗୁପ୍ତେଶ୍ୱର ବୁଲି ସାରି ଭୁୁବନେଶ୍ୱର ଫେରିବାବେଳେ ବସ୍‌ଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର ଉଦ୍ଧାର କାର୍ଯ୍ୟ ଜାରି ରହିଛି। ବସ୍‌ରେ ମୋଟ ୨୩ଜଣ ଯାତ୍ରୀ ଭୁୁବନେଶ୍ୱରରୁ ପିକନିକ୍‌ କରିବାକୁ ଯାଇଥିଲେ। ଘନ କୁହୁଡି ଯୋଗୁଁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.