ଲିଭର ଦେବା ପାଇଁ ମିଳୁ ନାହାନ୍ତି ଡୋନର, ଦିଲ୍ଲୀରୁ ହାଇଦ୍ରାବାଦ ଗଲେ ପିଣ୍ଟୁ ନନ୍ଦ

ଦିଲ୍ଲୀରୁ ହାଇଦ୍ରାବାଦ ସ୍ଥାନାନ୍ତର ହେଲେ ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ । ଅଧିକ ଚିକିତ୍ସା ପାଇଁ ତାଙ୍କୁ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇଛି । ହାଇଦ୍ରାବାଦ ଯଶୋଦା ହସ୍ପିଟାଲରେ ତାଙ୍କର ଚିକିତ୍ସା କରାଯିବ ।

(କେନ୍ୟୁଜ): ଦିଲ୍ଲୀରୁ ହାଇଦ୍ରାବାଦ ସ୍ଥାନାନ୍ତର ହେଲେ ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ । ଅଧିକ ଚିକିତ୍ସା ପାଇଁ ତାଙ୍କୁ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇଛି । ହାଇଦ୍ରାବାଦ ଯଶୋଦା ହସ୍ପିଟାଲରେ ତାଙ୍କର ଚିକିତ୍ସା କରାଯିବ । ଲିଭର ସିରୋସିସ୍‌ ରୋଗରେ ପୀଡ଼ିତ ଅଛନ୍ତି ପିଣ୍ଟୁ ନନ୍ଦ । ଅଧିକ ଚିକିତ୍ସା ପାଇଁ ଓଡ଼ିଶାରୁ ତାଙ୍କୁ ଦିଲ୍ଲୀ ସ୍ଥାନାନ୍ତର କରାଯାଇଥିଲା । ଏବେ ହାଇଦ୍ରାବାଦ ପଠାଯାଇଛି । ଲିଭର ସିରୋସିସ୍‌ରେ ପୀଡ଼ିତ ପିଣ୍ଟୁଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟ ହେବ । ତେବେ ଏଥିପାଇଁ କୌଣସି ଡୋନର ମିଳୁ ନାହାନ୍ତି । ତା ସହିତ ଅପରେସନ୍‌ ପାଇଁ ଅର୍ଥର ଅଭାବ ରହିଛି ।

ସୂଚନାଯୋଗ୍ୟ ଯେ, ଲିଭର ସିରୋସିସ୍‌ ରୋଗରେ ପୀଡିତ ଅଛନ୍ତି ଓଲିଉଡ୍‌ର ବରିଷ୍ଠ ଅଭିନେତା ପିଣ୍ଟୁ ନନ୍ଦ । ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା । ଉଚ୍ଚତର ଚିକିତ୍ସା ପାଇଁ ଦିଲ୍ଲୀ ନେବାକୁ ପରାମର୍ଶ ଦେଇଥିଲେ ଡାକ୍ତର। ପରେ ଗତ ୭ ତାରିଖ ଦିନ ଅଧିକ ଚିକିତ୍ସା ଲାଗି ଦିଲ୍ଲୀକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ଏବେ ପରିବାରର କାହା ସହିତ ପିଣ୍ଟୁଙ୍କର ଲିଭର ମ୍ୟାଚ୍‌ କରୁନାହିଁ । ଯାହାଫଳରେ ତାଙ୍କୁ କାଡ୍‌ଭ୍ରାରିକ୍‌ ଟ୍ରିଟ୍‌ମେଣ୍ଟ ପାଇଁ ହାଇଦ୍ରାବାଦ ସ୍ଥାନାନ୍ତରିତ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.