ପୃଥ୍ଵୀ ଶ’ଙ୍କୁ ଆକ୍ରମଣ ଘଟଣାରେ ସପନା ଗିଲଙ୍କ ଦାବି, ‘ମୋ ପାଖରେ ଏମିତି ଭିଡିଓ ଅଛି, ଯାହା ପୃଥ୍ଵୀଙ୍କ ଗୁମର ଖୋଲିଦେବ ’

ମୁଁ ପୃଥ୍ଵୀଙ୍କ ଗୁମର ଖୋଲିଦେବି । ମୋ’ ପାଖରେ ଯେଉଁ ଭିଡିଓ ରହିଛି, ତାହା ସମସ୍ତଙ୍କ ସାମ୍ନାରେ ପୃଥ୍ଵୀଙ୍କ ସତ ସାମ୍ନାକୁ ଆଣିବ ବୋଲି ସପନା ଗିଲ୍‌ କହିଛନ୍ତି ।

ଭାରତୀୟ କ୍ରିକେଟ ଟିମର ଷ୍ଟାର ଓପନର ପୃଥ୍ଵୀ ଶ’ଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ପୃଥ୍ଵୀ ଏବଂ ସପନାଙ୍କ ମଧ୍ୟରେ ବିବାଦ ମାମଲା ଏବେ କୋର୍ଟରେ ପହଞ୍ଚିଛି । ସପନା ଗିଲଙ୍କ ଓକିଲ ଦାବି କରିଛନ୍ତି, ତାଙ୍କ ପାଖରେ ଏମିତି ଏକ ଭିଡିଓ ରହିଛି, ଯାହା ଦ୍ୱାରା ପୃଥ୍ଵୀଙ୍କ ଦୁର୍ବ୍ୟବହାର ପଦାରେ ପଡିଯିବ। ଭିଡିଓ ସପନାଙ୍କ ପାଖରେ ରହିଛି, ଏହାକୁ କୋର୍ଟରେ ଦାଖଲ କରାଯିବ।

ଓକିଲ ଦାବି କରି କହିଛନ୍ତି, ସପନାଙ୍କ ପାଖରେ ଏମିତି ଏକ ଭିଡିଓ ଅଛି, ଯାହା ପଦାକୁ ଆସିଲେ ପୃଥ୍ଵୀଙ୍କ ଗୁମର ଖୋଲିଯିବ । ମୁଁ ସପନାଙ୍କୁ ମନା କରିଛି ଭିଡିଓକୁ ଏକ୍ସପୋଜ ନ କରିବା ପାଇଁ । ଏହି ଭିଡିଓରେ ପୃଥ୍ଵୀ ଶ’ କ’ଣ କରୁଥିଲେ, ତାହା ଭିଡିଓରେ ଦେଖିବାକୁ ମିଳିଛି । ଏହା ପଦାକୁ ଆସିଲେ ପୃଥ୍ଵୀଙ୍କ ଦୁର୍ବ୍ୟବହାର ଗୁମର ପଦାରେ ପଡିଯିବ ।

ସପନା କହିଛନ୍ତି, ପୃଥ୍ଵୀ ଶ’ ତାଙ୍କୁ ଏବଂ ସାଙ୍ଗମାନଙ୍କୁ ମାରିଥିଲେ ଏବଂ ଗାଳି ଦେଇଥିଲେ । ଆମେ କୌଣସି ସେଲଫି ନେବାକୁ ଯାଇନଥିଲି। ମୁଁ ତାଙ୍କୁ ଜାଣିନଥିଲି, ତେଣୁ ସେଲଫି କେମିତି ନେଇପାରିବି । ଏହାଛଡା ପୃଥ୍ଵୀ ଲଗାଇଥିବା ସବୁ ଅଭିଯୋଗ ମିଥ୍ୟା ବୋଲି ମଧ୍ୟ କହିଛନ୍ତି। ପୃଥ୍ଵୀ ମୋ ସାଙ୍ଗମାନଙ୍କୁ ମାରିଥିଲେ, ମୁଁ ସେମାନଙ୍କୁ ବଞ୍ଚାଇବାକୁ ଗଲାବେଳେ ସେ ମୋତେ ଗାଳି କରିବା ସହିତ ମୋ ପ୍ରାଇଭେଟ ପାର୍ଟକୁ ମାରିଥିଲେ ।

ସୂଚନାଯୋଗ୍ୟ, ଫେବୃଆରୀ ୧୫ ତାରିଖ ରାତିରେ ଏକ ପଞ୍ଚତାରକା ହୋଟେଲରେ ପୃଥ୍ଵୀ ଶ’ ଏବଂ ତାଙ୍କ ବନ୍ଧୁ ଡିନର କରି ଫେରିବା ସମୟରେ ଏହି ଘଟଣା ଘଟିଥିଲା। ସେ ଏଠାରୁ ବାହାରିବା ସମୟରେ ସପନା ଏବଂ ତାଙ୍କ ସାଙ୍ଗମାନେ ସେଲଫି ନେବାକୁ ଆସିଥିଲେ । କିଛି ଫଟୋ ଉଠାଇବା ପରେ ସେମାନେ ଯିବାକୁ ବାହାରିବା ସମୟରେ ସପନା ଏବଂ ତାଙ୍କ ବନ୍ଧୁ ଆଉ ଫଟୋ ଉଠାଇବାକୁ ଜିଦି କରିଥିଲେ । କିନ୍ତୁ ପୃଥ୍ଵୀ ଏବଂ ତାଙ୍କ ବନ୍ଧୁ ମନା କରିଦେଇଥିଲେ । ଆଉ ସେମାନେ କିଛି ଦୂର କାରରେ ଯିବା ପରେ ସପନା ଏବଂ ତାଙ୍କ ସାଙ୍ଗମାନେ ପୃଥ୍ଵୀ ଶ’ ଏବଂ ତାଙ୍କ ବନ୍ଧୁଙ୍କୁ ଆକ୍ରମଣ କରିଥିଲେ ।

ଏହାପରେ ସପନା ଓ ତାଙ୍କ ସାଙ୍ଗମାନେ ହୋଟେଲ୍ ବାହାରେ ଜଗି ରହିଥିଲେ। ଶ’ ଓ ତାଙ୍କ ବନ୍ଧୁ ରାତ୍ର ଭୋଜନ କରି ହୋଟେଲରୁ କାରରେ ବାହାରିବା ପରେ ସପନା ଗିଲ୍ ଓ ତାଙ୍କ ସାଙ୍ଗମାନେ ସେମାନଙ୍କୁ ପିଛା କରିଥିଲେ। ଶ’ ଓ ତାଙ୍କ ବନ୍ଧୁଙ୍କୁ ବାଟରେ ଅଟକାଇ ସେମାନେ ଆକ୍ରମଣ କରିଥିଲେ। ସେମାନଙ୍କ ହାତରେ ବେସବଲ୍ ଷ୍ଟିକ୍ ଓ ଅନ୍ୟାନ୍ୟ ମାରଣାସ୍ତ୍ର ରହିଥିଲା। ସପନା ଗିଲ୍ ବେସବଲ୍‌ ଷ୍ଟିକ୍ ସାହାଯ୍ୟରେ ପୃଥ୍ୱୀ ଶ’ଙ୍କ ବନ୍ଧୁଙ୍କ କାରକୁ ପିଟିଥିଲେ । ଓସିୱାରା ଥାନା ପୋଲିସ ସପନା ଗିଲଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ଗୁରୁବାର ସନ୍ଧ୍ୟାରେ ଗିରଫ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.