ଦିନକ ପରେ ପିପିଲି ରେଜଲ୍ଟ : ସିଲ୍‌ ହୋଇଛି ୧୦ ପ୍ରାର୍ଥୀଙ୍କ ଭାଗ୍ୟ, ଆସନ୍ତାକାଲି ସକାଳ ୮ଟାରେ ଭୋଟ ଗଣତି

ପିପିଲି(କେନ୍ଯୁଜ୍): ଦିନକ ପରେ ପିପିଲି ରେଜଲ୍ଟ । ଏବେ କଡ଼ା ସୁରକ୍ଷାରେ ପୁରୀରେ ଷ୍ଟ୍ରଙ୍ଗରୁମ୍‌ରେ EVM । ସିଲ୍‌ ହୋଇଛି ୧୦ ପ୍ରାର୍ଥୀଙ୍କ ଭାଗ୍ୟ । ଜଗିଛନ୍ତି ବିଏସଏଫ, ରାଜ୍ୟ ଆର୍ମଡ ପୋଲିସ ଫୋର୍ସ । ନଜର ରଖିଛି ସିସିଟିଭି କ୍ୟାମେରା । ଷ୍ଟ୍ରଙ୍ଗ ରୁମ୍‌ ପରିସରକୁ ପ୍ରବେଶ ନିଷେଧ। ଆସନ୍ତାକାଲି ସକାଳ ୮ଟାରେ ଭୋଟ ଗଣତି ଆରମ୍ଭ ହେବାକୁ ଥିବା ବେଳେ ଚାଲିଛି ପ୍ରସ୍ତୁତି ।

ଗଣତି ପୂର୍ବରୁ ନିର୍ବାଚନ ଫଳାଫଳକୁ ଅଙ୍କକଷା ଚାଲିଥିବା ବେଳେ ବିଜେଡିର ଦୃଢ଼ୋକ୍ତି ଏଥର ଭଲ ମାର୍ଜିନରେ ଦଳ ଜିତିବ । ସେପଟେ ଉପନିର୍ବାଚନରେ ଭୋଟ୍‌ ହାର ବଢ଼ିବା ପରିବର୍ତ୍ତନର ସଙ୍କେତ ଦେଉଛି ବୋଲି କହିଛି ବିଜେପି। କିନ୍ତୁ ଏସବୁ ଭିତରେ କଂଗ୍ରେସ ପରାଜୟ ସ୍ୱୀକାର କରିସାରିଛି। ଚଳିତ ଉପନିର୍ବାଚନରେ ମତଦାନ ହାର ୭୮ ପ୍ରତିଶତରୁ ଅଧିକ ରହିଛି । ୨୦୧୯ ପିପିଲି ନିର୍ବାଚନରେ ୭୬.୩୭ ପ୍ରତିଶତ ଓ ୨୦୧୪ ନିର୍ବାଚନରେ ୭୭.୨୭ ପ୍ରତିଶତ ଭୋଟ୍‌ ପଡିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.