ଗୁଗଲର ସ୍ମାର୍ଟଫୋନରେ ଉପଲବ୍ଧ ହେବ ଏହି ଦମଦାର୍ ଫିଚର୍, ୫ ଥର ବଟନ୍ ଦବାଇଲେ ହେବ ଭିଡିଓ ରେକର୍ଡିଂ

ଗୁଗଲ ପିକ୍ସେଲର ସ୍ମାର୍ଟଫୋନ୍ ସବୁବେଳେ ନିଜର ନୂଆ ନୂଆ ଅପଡେଟ୍ ଆଣିଥାଏ । ଏଥର ପୁଣି ସ୍ମାର୍ଟଫୋନ୍ ଏକ ନୂଆ ଫିଚର ଆଣିଛି । ଏହି ନୂଆ ଫିଚର୍ ଅନୁସାରେ ଯଦି ଆପଣ ଏହି ଆପକୁ ବିଲ୍ଟ-ଇନ୍ ଏମରଜେନ୍ସି ଏସଓଏସକୁ ଆକ୍ଟିଭେଟ୍ କରିଦିଅନ୍ତି ତେବେ ଏହି ଫିଚର ଅଟୋମେଟିକ୍ ଏମରଜେନ୍ସି ଏସଓଏସକୁ ଆକ୍ଟିଭେଟ୍ କରିଦିଏ ଏବଂ ଏହି ଫିଚର ମନକୁ ମନ ଏମରଜେନ୍ସିରେ ଭିଡିଓ ରେକର୍ଡ କରିବ । ଆସନ୍ତୁ ଜାଣିବା ଏହି ଫିଚର୍ ସମ୍ପର୍କରେ।

ସମସ୍ତ ଗୁଗଲ ପିକ୍ସେଲ ସ୍ମାର୍ଟଫୋନ୍ସର ପର୍ସନାଲ୍ ସେଫ୍ଟି ଆପ ପାଇଁ ଏକ ଖାସ୍ ଅପଡେଟ୍ ଜାରି କରାଯାଇଛି । ଏହି ଅପଡେଟ୍ ପରେ ଯଦି ଆପଣ ନିଜ ଫୋନର ଏମରଜେନ୍ସି ଏସଓଏସକୁ ଆକ୍ଟିଭେଟ୍ କରୁଛନ୍ତି ତେବେ ଆପଣଙ୍କ ଫୋନ୍ କୌଣସି ଖରାପ ପରିସ୍ଥିତିରେ ଅଟୋମେଟିକ୍ ଭିଡିଓ ରେକର୍ଡ କରିବ । ଯଦି ଆପଣ ନିଜ ଫୋନର ପାୱର ବଟନକୁ ୫ ଥର ଦବାଉଛନ୍ତି ତେବେ ଆପଣଙ୍କ ଫୋନ୍ ଏମରଜେନ୍ସି ସର୍ଭିସେଜକୁ ଫୋନ୍ କରିଦେବ । ଆପଣଙ୍କ ନିଜ ଏମରଜେନ୍ସି କଣ୍ଟାକ୍ଟ୍ସକୁ ସୂଚନା ଦେଇଦେବ ଯେ ଆପଣ କୌଣସି ସମସ୍ୟାରେ ଅଛନ୍ତି । ଏବଂ ଏହା ସହିତ ଆପଣଙ୍କ ସାମ୍ନାରେ, ଆଖ ପାଖରେ ଯାହା ହେଉଛି ତୁରନ୍ତ ତାର ଭିଡିଓ ପ୍ରସ୍ତୁତ କରିବାରେ ଲାଗିପଡିବ ।

ଏହି ଆପ୍ ପ୍ରାୟ ୪୫ ମିନିଟ୍ ପର୍ଯ୍ୟନ୍ତ ଲଗାତର ଭିଡିଓ ରେକର୍ଡ କରିବ ଯାହାର ସାଇଜ୍ ପ୍ରାୟ ୧୦ ଏମବି ପ୍ରତି ମିନିଟ୍ ପାଖାପାଖି ହେବ । ଯଦି ଆପଣ ଏହା ମଧ୍ୟରେ ଭିଡିଓ ରେକର୍ଡିଂକୁ ବନ୍ଦ କରିବାକୁ ଚାହୁଁଛନ୍ତି ତେବେ ଆପଣ ବନ୍ଦ ମଧ୍ୟ କରିପାରିବେ । ଯଦି ଆପଣଙ୍କ ଫୋନରେ ଇଣ୍ଟରନେଟ୍ କନେକ୍ସନ ହୋଇଛି ତେବେ ଏହି ରେକର୍ଡ ହୋଇଥିବା ଭିଡିଓ କ୍ଲାଉଟରେ ବ୍ୟାକଅପ୍ ହୋଇଯିବ । ଏହି ଭିଡିଓ ଆପଣଙ୍କ ଗୁଗଲ ଆକାଉଣ୍ଟ ଓ ପର୍ସନାଲ୍ ସେଫ୍ଟି ଆପରେ ବ୍ୟାକ୍ ଅପ୍ ହେବ ଏବଂ ଯଦି ଆପଣ ଚାହିଁବେ ନିଜ ଏମରଜେନ୍ସି କଣ୍ଟାକ୍ଟ୍ସକୁ ମଧ୍ୟ ପଠାଇ ପାରିବେ ।

କେମିତି କରିବେ ବ୍ୟବହାର

ନିଜ ପିକ୍ସେଲ ସିରିଜ ସ୍ମାର୍ଟଫୋନରେ ଏହି ଫିଚରକୁ ବ୍ୟବହାର କରିବା ପାଇଁ ଗୁଗଲ ପ୍ଲେ ଷ୍ଟୋରକୁ ଯାଆନ୍ତୁ ଏବଂ ପର୍ସନାଲ୍ ସେଫ୍ଟି ଆପକୁ ଲାଟେଷ୍ଟ ଭର୍ସନରେ ଅପଡେଟ୍ କରନ୍ତୁ । ଧ୍ୟାନରେ ରଖନ୍ତୁ ଯେ ଏହି ଫିଚର ବ୍ୟବହାର କରିବା ପାଇଁ ଆପଣଙ୍କୁ ଏମରଜେନ୍ସି ଏସଓଏସକୁ ମଧ୍ୟ ଆକ୍ଟିଭେଟ୍ କରିବା ଆବଶ୍ୟକତା ରହିଛି । ଏହି ଫିଚର୍ ବହୁତ ଭଲ କିନ୍ତୁ ଏହା ବର୍ତ୍ତମାନ କେବଳ ଗୁଗଲ ପିକ୍ସେଲ ସ୍ମାର୍ଟଫୋନ୍ସ ପାଇଁ ଉପଲବ୍ଧ । ନନ୍-ଗୁଗଲ ଫୋନ୍ସ ୟୁଜର୍ସ ଏହି ସୁବିଧାର ଲାଭ ଉଠାଇ ପାରିବେନି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.