ଆଜିଠୁ ପ୍ଲାଷ୍ଟିକକୁ ନାଁ, ସରକାରଙ୍କ ପଦକ୍ଷେପ ହେବ କଡ଼ାକଡ଼ି

ଭୁବନେଶ୍ବର(କେନ୍ଯୁଜ୍) : ଆଜିଠୁ ପ୍ଲାଷ୍ଟିକ୍‌ ବ୍ୟାନ୍‌ । ରାଜ୍ୟର ୫ଟି ମହାନଗର ନିଗମ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା ସମେତ ପୁରୀ ପୌରାଞ୍ଚଳରେ ବ୍ୟାନ ହେବ ପ୍ଲାଷ୍ଟିକ । ଏସବୁ ସ୍ଥାନରେ କୌଣସି ବ୍ୟକ୍ତି ପ୍ଲାଷ୍ଟିକ ନିର୍ମାଣ, ବିକ୍ରୀ, ଆମଦାନୀ କିମ୍ବା ବିତରଣ କରିପାରିବେ ନାହିଁ । ସେହିପରି ୨ଶହ ମିଲିଗ୍ରାମରୁ କମ୍‌ ପାଣି ବୋତଲ ବିକ୍ରି ଉପରେ କଟକଣା ମଧ୍ୟ ଲାଗିବ । ସରକାରଙ୍କ ନିର୍ଦ୍ଦିଷ୍ଟ ନୀତି ଅନୁଯାୟୀ ସବୁ ପ୍ରକାର ପଦକ୍ଷେପ କଡ଼ାକଡ଼ି ଭାବେ ଗ୍ରହଣ କରାଯିବ ।

ବ୍ରହ୍ମପୁରରେ ପ୍ଲାଷ୍ଟିକ୍‌ ବ୍ୟାନ୍‌:

barampurବ୍ରହ୍ମପୁରରେ ବ୍ୟାନ୍‌ ହୋଇଛି ପ୍ଲାଷ୍ଟିକ୍‌ । ପଲିଥିନ୍‌ ଓ ପ୍ଲାଷ୍ଟିକ୍‌ ବ୍ୟବହାର ପାଇଁ ଘୋଷଣା କରାଯାଇଛି । ଏଥିପାଇଁ ସହରରେ ଏକ ମିନି ମାରାଥାନ୍‌ ଆୟୋଜନ କରାଯାଇଥିଲା । ଏଥିରେ ଆଥ୍‌ଲେଟ୍‌ ଦୂତି ଚାନ୍ଦ ଓ କେ. ରବି କୁମାର ପ୍ରମୁଖ ଯୋଗଦେଇଥିଲେ । ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଏପରି କାର୍ଯ୍ଯକ୍ରମର ଆୟୋଜନ କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.