ରାଜ୍ୟରେ ଜାରି ରହିଛି କାଳବୈଶାଖୀର ପ୍ରଭାବ: ଚିଲିକାରେ ଛୋଟ ଡଙ୍ଗାରେ ଯାତାୟାତ କରିବାକୁ ବାରଣ କଲାପାଣିପାଗ ବିଭାଗ

ଆଗାମୀ ୧ ରୁ ୨ ଘଣ୍ଟା ମଧ୍ୟରେ ଚିଲିକା ଅଞ୍ଚଳରେ କାଳବୈଶାଖୀ ପ୍ରଭାବ ଦେଖା ଦେଇପାରେ । ଘଣ୍ଟା ପ୍ରତି ପବନ ୪୦ରୁ ୫୦ କିଲୋମିଟର ବହିବା ସମ୍ଭାବନା ଥିବାରୁ ଛୋଟ ଡଙ୍ଗାରେ ଯାତାୟାତରୁ ନିବୃତ ରହିବ ପାଇଁ ଜାରି କରିଛି ଆଂଚଳିକ ପାଣିପାଗ ବିଭାଗ ।

(କେନ୍ୟୁଜ): ରାଜ୍ୟରେ ଜାରି ରହିଛି କାଳବୈଶାଖୀର ପ୍ରଭାବ । ଆଜି ଚିଲିକାରେ କାଳବୈଶାଖୀ ପ୍ରଭାବରେ ବର୍ଷା ପବନର ଆଶଙ୍କା ରହିଛି । ଆଗାମୀ ୧ ରୁ ୨ ଘଣ୍ଟା ମଧ୍ୟରେ ଚିଲିକା ଅଞ୍ଚଳରେ କାଳବୈଶାଖୀ ପ୍ରଭାବ ଦେଖା ଦେଇପାରେ । ଘଣ୍ଟା ପ୍ରତି ପବନ ୪୦ରୁ ୫୦ କିଲୋମିଟର ବହିବା ସମ୍ଭାବନା ଥିବାରୁ ଛୋଟ ଡଙ୍ଗାରେ ଯାତାୟାତରୁ ନିବୃତ ରହିବ ପାଇଁ ଜାରି କରିଛି ଆଂଚଳିକ ପାଣିପାଗ ବିଭାଗ ।

ସେପଟେ ବାଲେଶ୍ୱର, ଭଦ୍ରକ ଓ ଯାଜପୁରରେ ମଧ୍ୟ ୪୦ରୁ ୫୦ କିଲୋମିଟର ବେଗରେ ପବନ ବୋହିବା ନେଇ ସମ୍ଭାବନା ରହିଛି । ଏନେଇ ଏସଆରସି ପକ୍ଷରୁ ସର୍ତକ ସୂଚନା ଜାରି କରାଯାଇଛି । ଆସନ୍ତା ୨୪ ଘଣ୍ଟାରେ ବିଜୁଳି ଓ ଘଡ଼ଘଡ଼ି ସହ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ନେଇ ୭ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସେହିପରି ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ପାଇଁ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଉପକୂଳ ଓଡ଼ିଶାରେ ବାୟୁମଣ୍ଡଳରେ ଆଦ୍ରତା ଅଧିକ ଥିବାରୁ ଗୁଳୁଗୁଳି ଅଧିକ ଅନୁଭୂତ ହେଉଛି।