ଦ୍ୱିତୀୟ ବିବାହ ଉଦ୍ୟମ ବେଳେ ହଟହଟା ବର, ବାହା ବେଦିରୁ ଉଠାଇନେଲା ପୋଲିସ

ଅନୁଗୁଳ : ଦ୍ୱିତୀୟ ବିବାହ ଉଦ୍ୟମ ବେଳେ ହଟହଟା ହେଲା ବର। ବାହା ବେଦିରୁ ଯୁବକଙ୍କୁ ଗିରଫ କରି ଉଠାଇନେଲା ହିନ୍ଦୋଳ ପୋଲିସ । ଅନୁଗୁଳ ଥାନା ମଝିକା ମନ୍ଦିରରେ ବିବାହ ଚାଲୁଥିବା ବେଳେ ପୋଲିସ ହାତରେ ଧରା ପଡିଛି ଯୁବକ ଜଣକ। ସେ ବିବାହିତ ହୋଇଥିବା ବେଳେ ପୁଣି ଥରେ ଆଉ ଜଣେ ଯୁବତୀଙ୍କୁ ବିବାହ କରୁଥିବା ନେଇ ପୋଲିସ ଖବର ପାଇଥିଲା । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ବିଲେଇଖଳି ଗାଁର ଜଣେ ଯୁବତୀଙ୍କୁ ୨୦୧୮ରେ ସେ ବିବାହ କରିଥିବା ଅଭିଯୋଗ ହୋଇଥିଲା । ସଂପୃକ୍ତ ଯୁବକ ଜଣକ ଆଜି କାଳିଆକଟା ଗାଁର ଆଉ ଜଣେ ଯୁବତୀଙ୍କୁ ମିଥ୍ୟା ପ୍ରଲୋଭନ ଦେଖାଇ ବିବାହ କରୁଥିଲା। ଏହି ଘଟଣା ନେଇ ଜଣେ ସ୍ୱେଚ୍ଛାସେବୀ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରୁ ଅଭିଯୁକ୍ତକୁ ଗିରଫ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.