ଝିଅ ବଡ଼ କନିଆଁ ଭୋଜି ବେଳେ ସାଧା ପୋଷାକରେ ପୋଲିସର ଚଢ଼ାଉ ସମୟରେ ଆକ୍ରମଣ, ଆଇଆଇସି ଗୁରୁତର

ଦାରିଙ୍ଗବାଡି: ଝିଅ ବଡ଼ କନିଆଁ ପାଇଁ ଗ୍ରାମରେ ରାତ୍ରୀ ଭୋଜିର ବ୍ୟବସ୍ଥା କରାଯାଇଥିଲା ।ସେହି ସମୟରେ ବ୍ରାହ୍ମଣୀଗାଁ ପୋଲିସ ରାତ୍ରିକାଳୀନ ପେଟ୍ରୋଲିଂ ସମୟରେ  ସାଧାପୋଷାକରେ ଆସି ଗ୍ରାମବାସୀଙ୍କୁ ମାଡ଼ ମାରିବା ସହିତ ବହୁ ଲୋକଙ୍କୁ ଆକ୍ରମଣ କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ମେରାମାହା ଗ୍ରାମରେ।

ଗ୍ରାମବାସୀ ହଠାତ କିଏ ବୋଲି ଜାଣିପାରିନଥିଲେ । ଏତେ ରାତ୍ରରେ କିଏ ଗ୍ରାମରେ ପଶି ବାଡାଉଛି ଭାବିବାବେଳକୁ ହଠାତ୍ ପୋଲିସ ଗାଡିକୁ ଦେଖିଥିଲେ । ଏହାପରେ ମେରାମାହା ଗ୍ରାମ ନିକଟରେ ପୋଲିସ ଗାଡିକୁ ଢେଲା ପଥର ମାଡ଼ କରିବା ସହ ଭାରପ୍ରାପ୍ତ ଥାନା ଅଧିକାରୀ ରଞ୍ଜିତ କୁମାର ମୁନିଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ମଡ଼ଖାଇଥିବା ବ୍ୟକ୍ତି। ଖାଲି ସେତିକି ନୁହେଁ ପୋଲିସ ଗାଡିର କାଚ ଗୁଡିକୁ ମାରି ଫଟେଇ ଦେଇଥିଲେ । ଥାନା ଅଧିକାରୀଙ୍କ ସହ ଯାଇଥିବା ଅନ୍ୟ ୮ ଜଣ କର୍ମଚାରୀ ବର୍ତ୍ତି ଯାଇଥିବା ବେଳେ ଘଟଣା ସ୍ଥଳରେ ଗାଡି ଛାଡି ପଳାଇ ଆସିଥିଲା ପୋଲିସ ।

ପୁଣି ରବିବାର ଦିନ ସକାଳ ସମୟରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି  ପୋଲିସ ଗାଡିକୁ ଉଦ୍ଧାର କରିବା ସହ ମାମଲା ନଂ ୮୯/୨୦ ରୁଜୁ କରି ଦୁଇଜଣ ଗର୍ଭବତୀ ମହିଳା , ଅନ୍ୟ ଦୁଇଜଣ  ମହିଳା ସମେତ ୬ ଜଣ କୁ ପୋଲିସ ଗିରଫ କରିଛି । ପୋଲିସ ଭୟରେ ଗ୍ରାମରେ ପୁରୁଷ ଶୂନ୍ୟ ହୋଇଯାଇଛି । କିଏ ଜଙ୍ଗଲରେ ତ କିଏ ଗ୍ରାମ ଛାଡି ଅନ୍ୟ ଗ୍ରାମକୁ ଚାଲିଯାଇଛି । ଅନ୍ୟ ପକ୍ଷରେ ଯଦି ପୋଲିସ ଉଠାଇ ନେଇଥିବା ଲୋକମାନଙ୍କୁ ନଛାଡ଼େ ତେବେ ରାଜରାସ୍ତାରେ  ଆନ୍ଦୋଳନ କରିବେ ବୋଲି କହିଛନ୍ତି ଗ୍ରାମର ମହିଳାମାନେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.