ମାଲକାନଗିରି :ଚୋରି ସନ୍ଦେହରେ ଦୁଇ ଯୁବକଙ୍କୁ ଉଠାଇନେଇ ପୋଲିସ ନିସ୍ତୁକ ପିଟିଥିବା ଅଭିଯୋଗ

ମାଲକାନଗିରି ଜିଲ୍ଲା ମୋଟୁ ଥାନାରେ ଦୁଇ ଯୁବକଙ୍କୁ ନିସ୍ତୁକ ମାଡ଼ ଅଭିଯୋଗ । ଏବେ ସଂପୃକ୍ତ ଦୁଇ ଯୁବକ ଏମଭି-୭୯ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ଅଭିଯୋଗ ଅନୁଯାୟୀ, କିଛି ଦିନ ତଳେ ଏମଭି-୮୧ ଗାଁରୁ ଅଭିଜିତ ବିଶ୍ୱାସଙ୍କ ଘରୁ ସୁନାଗହଣା ଓ ନଗଦ ଟଙ୍କା ଚୋରି ହୋଇଥିଲା । ଏହି ଘଟଣାରେ ଗାଁ ଲୋକେ ଦୁଇ ଯୁବକଙ୍କୁ ସନ୍ଦେହ କରିଥିଲେ ।

malkangiri2

ଚୋରି ନେଇ ବିନୋଦ ବିଶ୍ୱାସ ଓ ବିପ୍ଳବ ହାଲଦାରଙ୍କ ନାଁରେ ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ଉଭୟଙ୍କୁ ଉଠାଇ ନେଇଥିଲା । ଥାନା ହାଜତରେ ତିନିଦିନ ଅଟକ ରଖି ଏହି ଦୁଇ ଯୁବକଙ୍କୁ ନିର୍ଦ୍ଧୁମ ମାଡ଼ ମରାଯାଇଥିବା ସେମାନଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି ହୋଇଛି । ଅନ୍ୟପଟେ ଘଟଣାର ତଦନ୍ତ ଚାଲିଥିବା ମୋଟୁ ଥାନା ଅଧିକାରୀ କହିଛନ୍ତି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.