ମାଓଗଡରେ ପୋଲିସର ମହାନତା: ଅଜଣା ମୃତଦେହକୁ କାନ୍ଧେଇ କାନ୍ଧେଇ ଆଣିଲେ ୫କିଲୋମିଟର

ମାଲକାନଗିରି: ମାଓଗଡରେ ପୋଲିସର ମହାନତା । ଅଜଣା ମୃତଦେହକୁ ୫କିଲୋମିଟର କାନ୍ଧେଇ କାନ୍ଧେଇ ଆଣିଲେ ପାପରମେଟଲା ପୋଲିସ୍‌ । ଏକ ଅଜଣା ମୃତଦେହ ଜାମଜୋଡି ନାଳରେ ଭାସୁଥିବା ଗାଁ ଲୋକେ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲେ ।

ତେବେ ମାଓ ଭୟରେ ଗାଁଲୋକେ ମୃତଦେହ ନେବା ପାଇଁ ଗାଡି ଦେଇ ନଥିଲେ କୌଣସି ପ୍ରକାର ସହାୟତା କରିନଥିଲେ । ମାନବିକତା ଦେଖାଇ ପାପରମେଟଲା ଥାନା ଅଧିକାରୀଙ୍କ ସମେତ ୬ଜଣ ପୋଲିସ୍‌ କର୍ମଚାରୀ ମୃତଦେହକୁ ୫ କିଲୋମିଟର କାନ୍ଧେଇ କାନ୍ଧେଇ ଆଣିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.