କଟକରୁ ମହିଳାଙ୍କ ମୃତଦେହ ମିଳିବା ଘଟଣା: ସାମ୍ନାକୁ ଆସିଲା ମୃତ୍ୟୁ ପୂର୍ବର ସିସିଟିଭି ଫୁଟେଜ୍‌

କଟକ: କୃଷକ ବଜାରରୁ ମହିଳାଙ୍କ ମୃତଦେହ ମିଳିବା ଘଟଣାର ତଦନ୍ତ କରିବାରେ ଲାଗିପଡ଼ିଛି ପୋଲିସ। ମହିଳାଙ୍କୁ ଚିହ୍ନଟ କରିବାକୁ ଫଟୋ ନେଇ ପାଖାପାଖି ଅଞ୍ଚଳକୁ ଯିବ ସ୍ୱତନ୍ତ୍ର ଟିମ୍‌। ଇତି ମଧ୍ୟରେ ମହିଳାଙ୍କ ମୃତ୍ୟୁ ପୂର୍ବର ସିସିଟିଭି ଫୁଟେଜ୍‌ ସାମ୍ନାକୁ ଆସିଛି। ମୃତ୍ୟୁ ପୂର୍ବରୁ କୃଷକ ବଜାର ଭିତରକୁ ମହିଳା ଜଣକ ଯାଇଥିଲେ। ଭୋର ୪ଟା ୩୦ରେ କୃଷକ ବଜାର ଭିତରକୁ ଯାଉଥିବାର ଭିଜୁଆଲ୍‌ ସିସିଟିଭିରେ କଏଦ୍‌ ହୋଇଛି। ସିସିଟିଭିକୁ ଜବତ କରି ସ୍ଥାନୀୟ ଅଞ୍ଚଳର ବିଭିନ୍ନ ଜାଗାରେ ସିସିଟିଭି ଯାଞ୍ଚ କରୁଛି ବିଡ଼ାନାସୀ ଥାନା ପୋଲିସ।

ଏଥିସହ ମହିଳାଙ୍କୁ ଚିହ୍ନଟ କରିବାକୁ ତାଙ୍କ ଫଟୋ ନେଇ ଆଜି କଟକ ସହରର ଆଖପାଖ ଅଞ୍ଚଳକୁ ଯିବ ସ୍ୱତନ୍ତ୍ର ଟିମ୍‌। ପ୍ରକାଶ ଯେ ଗତ ୧୮ ତାରିଖ ଦିନ ସକାଳୁ କୃଷକ ବଜାର ନିକଟସ୍ଥ ପାଣି ଟାଙ୍କି ତଳୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ସନ୍ଦେହ କରୁଛି ପୋଲିସ।

Also Read: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ବଡ଼ ଝଟ୍‌କା, ଜାମିନ୍‌ ଆବେଦନ ଖାରଜ କଲେ ହାଇକୋର୍ଟ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.